୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ରାଜ୍ୟ
Spread the love

ଭୁବନେଶ୍ୱର,୨୪/୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ଼, କୋରାପୁଟ, ବାରିପଦା ଏବଂ ବଲାଙ୍ଗୀର ମେଡିକାଲ କଲେଜ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମାଗାର ନିର୍ମାଣ କରାଯିବ। ଏଠାରେ ରୋଗୀଙ୍କ ସହ ଆସୁଥିବା ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ।

ଏଥିସହିତ କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ଏକ ୧୭ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ। ଏଥିରୁ ୧୨ଟି ମହଲା କେବଳ ପାର୍କିଂ ପାଇଁ ବ୍ୟବହାର ହେବ, ଯାହା ଏସସିବି ଏବଂ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନକୁ ଆସୁଥିବା ଲୋକଙ୍କୁ ସହାୟକ ହେବ। ବାକି ମହଲାଗୁଡ଼ିକରେ ପ୍ରଶାସନିକ କାର୍ଯ୍ୟାଳୟ, ଆନାଟୋମି ବ୍ଲକ୍ ଏବଂ ଫାର୍ମାସି କଲେଜ ରହିବ।

Leave a Reply

Your email address will not be published. Required fields are marked *