983fb50c84f28cdb79c4a09710482f11

0ବିବାଦୀୟ ମନ୍ତବ୍ୟ ପରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ମିଳିଲା ହତ୍ୟା ଧମକ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ମଥୁରା-ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସାନ୍ନିଧ୍ୟ ପାଇବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି । ସାଂସାରିକ ଏବଂ ଆଧ୍ୟାତ୍ମିକ ଜୀବନର ଜ୍ଞାନ ପରଷୁଥିବା ପ୍ରେମାନନ୍ଦ ମହାରାଜ ପ୍ରତିଟି ସତସଙ୍ଗ ପରେ ଶ୍ରଦ୍ଧାଳୁଙ୍କ ମନରେ ଆସୁଥିବା ପ୍ରଶ୍ନର ଅତି ସରଳ ଭାବେ ଉତ୍ତର ଦେଇଥାନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ। ଲୋକେ ବି ଏହାକୁ ଖୁବ ପସନ୍ଦ କରୁଛନ୍ତି।
ଶନିବାର ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଜଣେ ଯୁବକ ସୋସିଆଲ ମିଡିଆ ଫେସବୁକ ମାଧ୍ୟମରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ପୋଷ୍ଟରେ କହିଛି ‘ସନ୍ଥ ପ୍ରେମାନନ୍ଦ ମହାରାଜ ସମାଜରେ ବଢ଼ୁଥିବା ପ୍ରେମିକା-ପ୍ରେମିକ ସଂସ୍କୃତି ଉପରେ ପ୍ରଶ୍ନ ଉଠାଇ ଏହାକୁ ସମାଜ ପାଇଁ କ୍ଷତିକାରକ ବୋଲି କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟ ସମଗ୍ର ସମାଜ ବିଷୟରେ ତେଣୁ ଛାଡ଼ି ଦେଉଛି। ଯଦି ସେ ମୋ ଘର ବିଷୟରେ କଥା ହୋଇଥାନ୍ତେ, ମୁଁ ତାଙ୍କର ଗଳା କାଟି ଦେଇଥାନ୍ତି।’
ପ୍ରେମାନନ୍ଦ ମହାରାଜଙ୍କୁ ହତ୍ୟା ଧମକ ମିଳିବା ଘଟଣାକୁ ନେଇ ହିନ୍ଦୁ ସଂଗଠନ ଏବଂ ସନ୍ଥମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ସଭାପତି ଦିନେଶ ଫାଲାରି ବାବା କହିଛନ୍ତି ଯେ,‘ ଯଦି କେହି ପ୍ରେମାନନ୍ଦ ବାବାଙ୍କ ଆଡ଼କୁ ଆଖି ଉଠାଇବେ, ତେବେ ଆମେ ଏହାକୁ ସହ୍ୟ କରିବୁ ନାହିଁ। ସେ ଯେକୌଣସି ଅପରାଧୀ ହେଉ ନା କାହିଁକି ସମସ୍ତଙ୍କର ଗୁଳିକୁ ଆମ ଛାତିରେ ନେବାକୁ ସାହାସ ଅଛି ଏଥିପାଇଁ ଆମେ ସର୍ବଦା ପ୍ରସ୍ତୁତ ବି ଅଛୁ। ’

Leave a Reply

Your email address will not be published. Required fields are marked *