ଶ୍ରୀଜଗନ୍ନାଥ ହେଉଛନ୍ତି ସମସ୍ତ ବିଗ୍ରହଙ୍କର ସୃଷ୍ଟି କର୍ତ୍ତା ଓ ସମସ୍ତ ବିଗ୍ରହ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ଅଂଶ ବିଶେଷ। ଏହି ଚତୁର୍ଦ୍ଧାମୂର୍ତ୍ତି ଚାରିଗୋଟି ଭିନ୍ନ ଭିନ୍ନ ହେଲେ ହେଁ ସେମାନେ ଅଦ୍ବୟ ପରଂବ୍ରହ୍ମଙ୍କର ଚତୁର୍ବିଧ ପ୍ରକାଶ। ତେବେ ଭକ୍ତଟିଏ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମନରେ ସ୍ବତଃ ପ୍ରଶ୍ନ ଉଠେ,ଶ୍ରୀଜୀଉମାନଙ୍କ ବିଗ୍ରହ ଏପରି ଅସଂପୂର୍ଣ୍ଣ ହେବାର କାରଣ କ’ଣ ହୋଇପାରେ ? ଯେଉଁ ଶକ୍ତି ହସ୍ତପଦ ନଥାଇ ମଧ୍ଯ ସର୍ବାଧିକାରୀ, ଚକ୍ଷୁ ନଥାଇ ସର୍ବ ଦର୍ଶୀ,କର୍ଣ୍ଣ ନଥାଇ ସର୍ବ ଶ୍ରୋତା, ସେ ହିଁ ପରଂବ୍ରହ୍ମ । ଅର୍ଥାତ, ଏହି ଜଗତରେ ସୃଷ୍ଟି,ସ୍ଥିତି, ଲୟ ଯାହାଙ୍କ ଦ୍ବାରା ସମ୍ଭବ ସେ ବ୍ରହ୍ମ ଅଟନ୍ତି।ସେହି ଅସୀମ, ଅଚିନ୍ତ୍ୟ, ନିର୍ଗୁଣ ପରଂବ୍ରହ୍ମଙ୍କୁ ଏକ ସ୍ଥୁଳ ତଥା ପୂର୍ଣ୍ଣାଙ୍ଗ କଳେବରରେ ସୀମିତ କରିବା ଯେହେତୁ ସମ୍ଭବ ନୁହେଁ, ତେଣୁ ସେ ଅସଂପୂର୍ଣ୍ଣ।ଶ୍ରୀଜଗନ୍ନାଥ କୌଣସି ନିର୍ଦ୍ଦିଷ୍ଟ ଧର୍ମର ସଂକୀର୍ଣ୍ଣତା ଭିତରେ ସୀମିତ ନ ହୋଇ ଆଜି ବିଶ୍ଵ ବ୍ୟାପକ ଓ ଗଣଦେବତା ଭାବେ ସମଗ୍ର ବିଶ୍ବ ର ଦେବତା ରୂପେ ଜଗତରନାଥ ହୋଇ ରହିଛନ୍ତି।ତାଙ୍କୁ ହିଁ ଶୟନେ,ସପନେ,ଜାଗରଣେ ସ୍ମରଣ କରି ଜୀବନ ଅତିବାହିତ କଲେ ଏ ଭବସାଗରରୁ ପାରି ହୋଇ ପାରିବା।
ଜୟ ଜଗନ୍ନାଥ
ଜଗନ୍ନାଥ ଚେତନା ବାଣୀ
ଶ୍ରୀଜଗନ୍ନାଥ ଚେତନା ସତ୍ସଙ୍ଗ
ଶ୍ରୀଜଗନ୍ନାଥଙ୍କ ସେବାରେ -” ପ୍ରଭାତୀ”
ଆଶିଷ କୁମାର ପତି
