Img 20250716 190318

ଏନକାଉଣ୍ଟରରେ ଟପ୍ ମାଓବାଦୀ କମାଣ୍ଡର ନିହତ

ଦେଶବିଦେଶ
Spread the love

ରାଞ୍ଚି: ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ବୁଧବାର ସକାଳେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲଏଫଆଇ)ର ଜଣେ ଟପ୍ କମାଣ୍ଡର ନିହତ ହୋଇଛନ୍ତି।

ସେ ମୋଷ୍ଟ ୱାଣ୍ଟେଡ ଥିବା ବେଳେ ତାଙ୍କ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମଙ୍ଗଳବାର ରାତି ପ୍ରାୟ ୯.୩୦ ଟା ସମୟରେ କାମଦରା ଥାନା ସୀମା ଅନ୍ତର୍ଗତ ଚାଙ୍ଗାବାଡି ଉପରଟୋଲି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ପିଏଲଏଫଆଇ ସଦସ୍ୟ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ରାତି ସାରା ଗୁଳି ଚାଳନା ହୋଇଥିଲା। ଯେଉଁଥିରେ ମାର୍ଟିନ୍ କେରକେଟା ନିହତ ହେଇଥିଲେ।

ଏଥିସହିତ ଘଟଣାସ୍ଥଳରୁ ଏକ ପିସ୍ତଲ ଜବତ କରାଯାଇଥିବା ଗୁମଲା ଏସପି ହାରିସ୍ ବିନ୍ ଜମାନ୍ କହିଛନ୍ତି। ତେବେ ସୁରକ୍ଷା ବାହିନୀ ସେହି ଅଞ୍ଚଳରେ କିଛି ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏହି ଅପରେସନ୍ ପାଇଁ ଏକାଧିକ ଟିମ୍ ଗଠନ କରାଯାଇଥିଲା। ସେଠାରେ ଚାରି ଜଣ ମାଓବାଦୀ ଉପସ୍ଥିତ ଥିଲା ବେଳେ ଅନ୍ଧାରର ସୁଯୋଗ ନେଇ ତିନି ଜଣ ଖସି ପଳାଇଥିବା ସୂତ୍ରରୁ ଜଣାପଡ଼ିଛି।

ସେ ପିଏଲଏଫଆଇ ସଂଗଠନର ସୁପ୍ରିମୋ ଓ ଆଞ୍ଚଳିକ କମାଣ୍ଡର ଥିବା ଅଧିକାରୀ କହିଛନ୍ତି। ଝାଡ଼ଖଣ୍ଡର ସାତଟି ଜିଲ୍ଲାର ବିଭିନ୍ନ ଥାନାରେ ତାଙ୍କ ନାମରେ ମୋଟ ୭୨ଟି ମାମଲା ମଧ୍ୟ ପଞ୍ଜୀକୃତ ରହିଛି। ତାଙ୍କ ବିରୁଦ୍ଧରେ ଗୁମଲାରେ ୩୦ଟି, ସିମଡେଗାରେ ୬ଟି, ଚାଇବାସାରେ ୪ଟି, ଚାତ୍ରାରେ ୧ଟି, ହଜାରିବାଗରେ ୩ଟି, ରାଞ୍ଚିରେ ୧୧ଟି ଏବଂ ଖୁଣ୍ଟି ଜିଲ୍ଲାରେ ୧୭ଟି ମାମଲା ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *