ଜଗତସିଂହପୁର/ଝଙ୍କଡ଼ : ଗତ ଶନିବାର ଦିନ,କନକପୁର ଦେଉଳି ( ହରିପୁର ) ଗ୍ରାମର ସାରଦା ନାୟକ, ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିବା ପରେ, ରାତି ପ୍ରାୟ ୯ ଟା ବେଳେ,କନକପୁର ଫାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀର ତତ୍ତ୍ଵାବଧାନରେ ମୃତ କମଳ ଓ ମୃତ ଗାଈର ଶବକୁ, ଠାକୁରାଣୀ ଯୋର ରୁ ଉଦ୍ଧାର କରି, ଶବବ୍ୟବଚ୍ଛେଦ ନିମନ୍ତେ ଜଗତସିଂହପୁର ପଠାଇଥିଲେ । ପରଦିନ ଶବବ୍ୟବଚ୍ଛେଦ ପରେ ପରିବାରର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅପର୍ ପକ୍ଷରେ, ପଶୁଚିକିତ୍ସକ ଙ୍କ ଦ୍ଵାରା ଗୁହାଳ ଘରେ ମୃତ ଗାଈ ର ମଧ୍ୟ ପୋଷ୍ଟମଟମ୍ କରାଯାଇଥିଲା । ତେବେ ଆଜି ଅପରାହ୍ନରେ ଏକ ଶୋକାକୁଳ ପରିବେଶ ମଧ୍ୟରେ, ଗ୍ରାମ୍ୟଶ୍ମଶାନରେ କମଳନନl ଙ୍କ ଶବସତ୍କାର କରାଯାଇଥିଲା । ତେବେ ଖବର ପାଇ ଜିଲ୍ଲା ରେଡକ୍ରସ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି, ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ତାଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଥିଲେ। ତେବେ ପ୍ରଶ୍ନ ଉଠୁଚି ଏହି ଅଘଟଣ ଘଟିବାର ଦୀର୍ଘ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇ ନଥିବାରୁ, ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଏହି କ୍ଷତିପୂରଣ ଦାବୀରେ ଶନିବାର ଦିନ ସ୍ଥାନୀୟ ଲୋକମାନେ ଦୀର୍ଘ ୪ ଘଣ୍ଟା ଧରି ରାସ୍ତାରୋକ୍ କରିଥିଲେ ।
