Ea14e2dd 5b94 48a2 8b8b 0e4c0bed273b

କଟକ ସଦର ୪୨ ମୌଜା ଥାନାଧିକାରୀ ରାଜ୍ୟରେ ଶ୍ରେଷ୍ଠ, ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ସମ୍ବର୍ଦ୍ଧନା

ରାଜ୍ୟ
Spread the love

କଟକ: ନିଜର କାର୍ଯ୍ୟଦକ୍ଷତା ପାଇଁ କଟକ ସଦର ଅନ୍ତର୍ଗତ ୪୨ ମୌଜା ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ (ଆଇ.ଆଇ.ସି) ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ମହାରଣା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଗୌରବମୟ ସଫଳତା ପାଇଁ ତାଙ୍କୁ ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ପୋଲିସ ମୁଖ୍ୟାଳୟ ଦ୍ଵାରା ୨୦୨୫ ମସିହା ଜାନୁଆରୀ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟର ୬୧୨ଟି ଥାନାର କାର୍ଯ୍ୟଦକ୍ଷତାକୁ ନେଇ ଏକ ମୂଲ୍ୟାୟନ କରାଯାଇଥିଲା।  ମାମଲାର ତଦନ୍ତ, ଅପରାଧୀ ଚିହ୍ନଟ ଏବଂ ଅନ୍ୟାନ୍ୟ ଉତ୍ତମ ପ୍ରଦର୍ଶନକୁ ଆଧାର କରି ପ୍ରସ୍ତୁତ ଏହି ତାଲିକାରେ ଶ୍ରୀ ମହାରଣା ୮୮.୫୬ ପ୍ରତିଶତ ନମ୍ବର ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି।  ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। 

ଏହି ଅବସରରେ ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରାମର ଅଧିକାରୀ ଚିନ୍ମୟ ଦେବତା ଓ ମହନ୍ତ ଦୁଷ୍ମନ୍ତ କୁମାର ନନ୍ଦଙ୍କ ନେତୃତ୍ୱରେ ଶ୍ରୀ ମହାରଣାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବା ସହ ମିଷ୍ଟାନ୍ନ ଖୁଆଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସମ୍ବର୍ଦ୍ଧନା ଉତ୍ସବରେ ଗ୍ରାମ୍ୟ ଉନ୍ନୟନ କମିଟିର ପରାମର୍ଶଦାତା ଆନନ୍ଦ ଦେବତା, ସୁଜିତ ଦେବତା, ଅଶୋକ ଦେବତା, ବିଶ୍ୱଜିତ୍ ଦେବତା, ହୃଷିକେଶ ସ୍ୱାଇଁ, ନରହରି ଦେବତା ଏବଂ ସଦସ୍ୟ ଶ୍ରୀଧର ଦେବତା, ସୁନିଲ ଦେବତା, ଜଗନ୍ନାଥ ସାହୁ, ଅଶ୍ଵିନୀ ଦାଶ, ନିରଞ୍ଜନ ସାହୁ, ଲକ୍ଷ୍ମୀଧର ସାହୁ, କାହ୍ନୁ ସେଠୀ, ଶରତ ଚନ୍ଦ୍ର ଦେବତାଙ୍କ ସମେତ ବରିଷ୍ଠ ସଦସ୍ୟ ବେଣୁଧର ମହାପାତ୍ର, ଭ୍ରମରବର ଚୌଧୁରୀ, ଟୁଟନ ମହାନ୍ତି ଓ ଅନ୍ୟ ବହୁ ସଦସ୍ୟ ଉପସ୍ଥିତ ରହି ତାଙ୍କର ଉତ୍ତରୋତ୍ତର କାମନା କରିଥିଲେ। 

Leave a Reply

Your email address will not be published. Required fields are marked *