7f60dd6b 0638 46fc A00d 0ff1795b0577

ପୂର୍ବାଞ୍ଚଳ ଉଠା ବ୍ୟବସାୟୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ବୈଠକ

ରାଜ୍ୟ
Spread the love

କଟକ : ଅଦ୍ୟ ତା ୧୨/୮/୨୦୨୫ ରିଖ ଅପରାହ୍ନ ୫ ଘଟିକା ସମୟ ରେ କଟକ ଖାନନଗର ସ୍ଥିତ ମଣି ବାବା ଙ୍କ ପୀଠ ରେ କଟକ ଉଠା ବ୍ୟବସାୟୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ର ସଭାପତି ପ୍ରକାଶ ଦାସ ଙ୍କ ନେତୃତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ପ୍ରେସ ଛକ ବଜାର ର କାର୍ଯ୍ୟ କର୍ତ୍ତା ଭାବେ ଉପେନ୍ଦ୍ର ସେଠୀ, ବିଦ୍ୟାଧର ନନ୍ଦୀ , ତ୍ରିଲୋଚନ ସେଠୀ , କୁଳମଣି ସାହୁ , ଘଟକୁଲ ବଜାରର ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ଦେବତା ,ସହଦେବ ବେହେରା ,ପୂର୍ଣ୍ଣ ଚନ୍ଦ୍ର ସାହୁ ଓଏମପି ଓ ଚାଉଳିଆଗଞ୍ଜ ବଜାର ତରଫରୁ କାହୁଁ ଚରଣ ସାହୁ, ମିଳନ ସାହୁ , ଗଣେଶ ସାହୁ , ନୂଆବଜାରର ପ୍ରତିନିଧି ରୂପେ ଫକୀର ସାହୁ ,ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ |
ଉକ୍ତ ବୈଠକ ରେ ବ୍ୟବସାୟୀ ମାନଙ୍କୁ ସରକାର ଙ୍କ ଯୋଜନା ଅନୁଯାୟୀ କିପରି ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଯୋଗାଇ ଦିଆଯାଇ ପାରିବ ଏଥି ନିମନ୍ତେ ମାନ୍ୟବର ସାଂସଦ ଡ. ଭର୍ତ୍ତୃହରି  ମହତାବ, କଟକ ମାନ୍ୟବର ଜିଲ୍ଲାପାଳ, ମାନ୍ୟବର କମିଶିନର ସିଏମସି କଟକ ଏକ ସୌଜନ୍ୟ ସାକ୍ଷାତ ସହ ଦାବି ପତ୍ର ପ୍ରଦାନ କରିବା ପାଇଁ ପ୍ରସ୍ତାବ ରଖା ଗଲା | ପରିଶେଷରେ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରା ଯାଇଥିଲା |

Leave a Reply

Your email address will not be published. Required fields are marked *