57a11e67 509c 40b3 8e72 7f7e4ad74819

ଶ୍ରୀରାମଚନ୍ଦ୍ର ଦାସ ଙ୍କ ୩୦ ତମ ଶ୍ରାଦ୍ଧୋତ୍ସବ ପାଳିତ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ରାଜନୀତି ବିଜ୍ଞାନ ର ବିଶାରଦ ,ପ୍ରଜ୍ଞା ପୁରୁଷ ଶ୍ରୀରାମଚନ୍ଦ୍ର ଦାସ ଙ୍କ ୩୦ ତମ ଶ୍ରାଦ୍ଧୋତ୍ସବ ,ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୁଲ୍ୟରେ , ତିର୍ତ୍ତୋଲ ବ୍ଲକ, ମୁଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ପାଳିତ ହୋଇ ଯାଇଛି। ପରିଷଦର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ଏହି ସଭାରେ ଅଧ୍ୟକ୍ଷତା କରି , କହିଲେଯେ , ଶ୍ରୀରାମ ଦାସ ଙ୍କ ଭଳି ପ୍ରଜ୍ଞା ପୁରୁଷ ଆଜିର ସମାଜରେ ବିରଳ। ମୁଖ୍ୟଅତିଥି ଭାବେ ସ୍କୁଲର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ସ୍ବର୍ଗତ ଦାସ ଏକାଧାରରେ ଜଣେ ରାଜନୈତିକ ବିଶାରଦ, ସୁବକ୍ତା ଓ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ତଥା ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଓ ସମ୍ମାନିତ ଅତିଥି ଭାବରେ, ରାକେଶ ସେଠୀ, ଶିକ୍ଷୟତ୍ରୀ ସୁଦେଷ୍ଣ l ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ମଣ୍ଡଳ , ସୋନାଲି ମହାରଣା ଓ ପ୍ରଭାତ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଡଃ ଶ୍ରୀରାମ ଦାସ ଙ୍କ ଜୀବନl ଦର୍ସ ରେ ଆମର ଉତ୍ତର ପିଢ଼ି ଅନୁପ୍ରାଣିତ ହେବାପାଇଁ ଆହ୍ଵାନ ଦେଇଥିଲେ। ଶେଷରେ ପ୍ରିୟଙ୍କା ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *