ସାରଳାମନ୍ଦିର ପାଞ୍ଜିପାଠକ ଜ୍ୟୋତିଷ ଦୁର୍ଗାଚରଣ ନାୟକଙ୍କ ପରଲୋକ

ରାଜ୍ୟ
Spread the love

ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପ୍ରାତଃ ମାର୍ଜ୍ଜନା ଓ ବେଶପରେ, ନାଟ୍ୟମଣ୍ଡପ ପାହାଚ ଉପରେ, ଦୈନିକପାଞ୍ଜିପାଠ ସେବାରେ ନିୟୋଜିତ ଥିବା ପାଳିଆ ଜୋତିଷ ଦୁର୍ଗାଚରଣ ନାୟକ (ବଙ୍କାନନା ) ଙ୍କର ଗତ ଶନିବାର ରାତିରେ କଟକ ବଡ଼ମେଡିକାଲ ରେ ହୃଦଘାତ ରେ ପରଲୋକ ହୋଇଯାଇଛି, ଷାଠିଏବର୍ଷ ବୟସ ର ଏହି ବଙ୍କା ନନା ମନ୍ଦିରସେବାସହିତ ସ୍ଥାନୀୟଅଞ୍ଚଳ ର ବିଭିନ୍ନ ମେଳାମହୋତ୍ସବ ଓ ଭଜନକୀର୍ତ୍ତନ ଆଦି କାର୍ଯ୍ୟକ୍ରମ ରେ ପୁରୋଧାଭାବରେ କାର୍ଯ୍ୟକରି ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ l

ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ ଅବସ୍ଥା ଗୁରୁତ୍ତର ହେବାରୁ କଟକ ବଡ଼ମେଡିକାଲ କୁ ନିଆଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ l ରବିବାର ସକାଳେ କନକପୁରଶାସନ ନିଜ ଗ୍ରାମ୍ୟଶ୍ମାଶନ ରେ ଅନ୍ତେଷ୍ଟକ୍ରିୟା ସମୟରେ ବଡ଼ପୁଅ ଅବିନାଶ ମୁଖାଗ୍ନି ଦେଇଥିଲେ l ଏଥିରେ ପୂର୍ବତନ ସରପଞ୍ଚ ବିଜୟ ନାୟକ, ଜ୍ୟୋତିର୍ବିଦ ପ୍ରହଲ୍ଲାଦ ନାୟକ, ରବୀନ୍ଦ୍ର ଆଚାର୍ଯ୍ୟ,ଦେବେନ୍ଦ୍ର ଆଚାର୍ଯ୍ୟ, ଦୀପ୍ତିରଞ୍ଜନ ନାୟକ, ନିରଞ୍ଜନ ବାରିକ, ସମୀର ନାୟକ ଓ କୃଷ୍ଣଚନ୍ଦ୍ର ନାୟକ ଙ୍କ ସମେତ ସଙ୍ଗୀତଜ୍ଞ ଭାନୁପତି ଓ ଗ୍ରାମବାସୀ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ବଖରାଏ ଘରେ ବହୁଦୁଃଖକଷ୍ଟ ରେ ଜୀବନଯାପନ କରୁଥିବା ତାଙ୍କ ପରିବାର ର ମେନକା ନାୟକ, ସବ୍ୟସାଚୀ, ଦିବ୍ୟଲକ୍ଷ୍ମୀ, ଶୁଭଲକ୍ଷ୍ମୀ, କୁନୁମୁନି, ସୁକାନ୍ତି, ଚୁଇନା ଓ କାଳୀ ଙ୍କୁ ଏହି ଦୁଃଖସମୟ ରେ ବହୁଲୋକ ସାନ୍ତ୍ୱନା ଦେବା ସହ ସମବେଦନା ଜ୍ଞ୍ୟାପନ କରିଥିଲେ l

Leave a Reply

Your email address will not be published. Required fields are marked *