ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନିମାପଡ଼ା ଏନଏସି ଅମିନ

ଅପରାଧ ପୁରୀ ରାଜ୍ୟ
Spread the love

ନିମାପଡ଼ା, ୩୦/୧୧: କୋଠା ନିର୍ମାଣ ଅନୁମୋଦନ ପାଇଁ ଫାଇଲ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ନିମାପଡ଼ା ଏନଏସିର ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟ। ସେ ଜଣେ ଆବେଦନକାରୀଙ୍କଠାରୁ ୧୭ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଶନିବାର ତାଙ୍କୁ ଧରିଛନ୍ତି।ଫାଇଲ ଟ୍ରାନ୍ସଫର କରିବା ଲାଗି ବିଜୟ ଆବେଦନକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ ଦୁଇଟି କିସ୍ତିରେ ୧୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ୩ୟ ତଥା ଶେଷ କିସ୍ତିରେ ୧୭ ହଜାର ଟଙ୍କା ନେବାବେଳେ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ।

Leave a Reply

Your email address will not be published. Required fields are marked *