ଦିନିକିଆରେ କୋହଲିଙ୍କ ୫୨ତମ ଶତକ

ଖେଳ ଦେଶବିଦେଶ
Spread the love

ରାଞ୍ଚି, ୩୦/୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଫର୍ମକୁ ଫେରିଛନ୍ତି କିଙ୍ଗ୍‌ କୋହଲି। ଏହି ମ୍ୟାଚରେ ସେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଛନ୍ତି। ଏହା ତାଙ୍କର ୫୨ତମ ଶତକ। ପ୍ରାୟ ୨ ବର୍ଷ ପରେ ତାଙ୍କ ବ୍ୟାଟରୁ ଶତକୀୟ ଇନିଂସ ଦେଖିବାକୁ ମିଳିଛି। ୨୦୨୩ ବିଶ୍ଵକପ ସମୟରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ଶେଷ ଥର ପାଇଁ ଶତକ ହାସଲ କରିଥିଲେ।ରବିବାର ରାଞ୍ଚିରେ ଖେଳାଯାଉଥିବା ମ୍ୟାଚରେ ସେ ୧୦୨ ବଲରୁ ୧୦୦ ରନ ପୂରଣ କରିଛନ୍ତି। ଯେଉଁଥିରେ ୫ ବିଶାଳ ଛକା ଏବଂ ୭ ଚଉକା ସାମିଲ ରହିଛି। ମାକ୍ରୋ ଜନସନଙ୍କ ୮ମ ଓଭରର ୫ମ ବଲରେ କୋହଲି ଚଉକା ମାରି ଶତକ ପୂରଣ କରିଛନ୍ତି। ୧୦୨ ବଲରେ ୧୦୩ ରନ କରି ଅପରାଜିତ ରହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କର ଏହା ୮୩ତମ ଶତକ। ପୂର୍ବରୁ ସେ ଦିନିକିଆରେ ୫୧ ଶତକ ମାରିଥିବାବେଳେ ଟେଷ୍ଟ ମ୍ୟାଚରେ ୩୦ଟି ଏବଂ ଟି-୨୦ରେ ଗୋଟିଏ ଶତକ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *