ବୟାଳିଶମୌଜା : ବୟାଳିଶ-ମୌଜାରେ ପରିଚିତ ତଥା ଶ୍ରୀରାମ ବଜାରର ଔଷଧ ବ୍ୟବସାୟୀ ଦେବିଦତ୍ତ ମହାନ୍ତି(ଦେବି ବାବୁ)ଙ୍କ ମାତୃ ଦେବୀ ରଜନୀଗନ୍ଧା ମହାନ୍ତି ଙ୍କର ୯୦ ବର୍ଷ ବୟସରେ ଦେହାନ୍ତ। ଗତ ଶନିବାର ବିଳମ୍ବିତ ରାତିରେ କଟକ ବାଲିସାହି ସ୍ଥିତ ନିଜ ବାସଭବନରେ ମୃତ୍ୟୁ ସମୟରେ ସ୍ୱର୍ଗତ ରଜନୀଗନ୍ଧା ଙ୍କର ପାଖରେ ପୁତ୍ର, ଦେବି ଦତ୍ତ ଓ ପୁତ୍ରବଧୂ ସ୍ନିଗ୍ଧା ଉପସ୍ଥିତ ଥିଲେ। ତେବେ ୪୨-ମୌଜା ଭୁଆସୁଣୀ ଠାରେ ଘର କରିଥିବା ଔଷଧ ବ୍ୟବସାୟୀ ଦେବୀ-ବାବୁ ଙ୍କ ମାଆଙ୍କ ମୃତ୍ୟୁ ଖବର ସମଗ୍ର ଅବିଭକ୍ତ ଦଧିବାମନପୁର ପଞ୍ଚାୟତରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଶ୍ରୀରାମ ବଜାର ଓ ଦଧିବାମନପୁର ର ଅନେକ ଗଣ୍ୟମାନ୍ୟ ଲୋକ ତାଙ୍କ ଶବଧାରାରେ ଯୋଗ ଦେଇଥିଲେ । ରବିବାର ସକାଳେ ଖାନନଗର ସ୍ଥିତ ସ୍ୱର୍ଗଧାମ ଠାରେ ରଜନୀଗନ୍ଧା ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ଦେବୀଦତ୍ତ ମୁଖାଗ୍ନୀ ଦେଇଥିଲେ। ୪ ଝିଅ-ଜ୍ୱାଇଁ , ନାତିନାତୁଣୀମାନେ ସ୍ୱର୍ଗତ ରଜନୀଗନ୍ଧାଙ୍କ ଶେଷ ଦର୍ଶନ କରିଥିଲେ ।
