F67d25b7 52c7 42d7 Add7 F019a3dc85e4

ମୁଳିସିଂହ ସହର ହାଟରେ ଛନ୍ଦକବି ରାଧାମୋହନ ଗଡନାୟକଙ୍କ ୧୧୪ ତମ ଜୟନ୍ତୀ ପାଳିତ

ରାଜ୍ୟ
Spread the love

ଝଙ୍କଡ଼ ତା ୨୫/୮/୨୦୨୫ ତିର୍ତ୍ତୋଲ ବ୍ଲକ, ମୁଳିସିଂହ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଛନ୍ଦକବି ରାଧାମୋହନ ଗଡନାୟକ ଙ୍କ ୧୧୪ ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଉପଲକ୍ଷେ ଆଲୋଚନାରେ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା, ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟତ୍ରୀ ସୁଦେଶ୍ନା ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ମଣ୍ଡଳ, ମିନତି ଦାସ, ଓ ଶିକ୍ଷକ ମହେଶ ଚନ୍ଦ୍ର ନାୟକ ପ୍ରମୁଖ କବି ଗଡନାୟକ ନିଜର ସାରସ୍ୱତ ସୃଷ୍ଟି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ହୋଇଥିବା ବେଳେ ଉନ୍ନତ ଶବ୍ଦ ସଂଯୋଜନା ର ନିଖୁଣ ବିନ୍ଧାଣୀ ଓ କବିତାର ସୌନ୍ଦର୍ଯ୍ୟ ଚାତୁରୀ ରେ ସେ ଥିଲେ ଜଣେ ଅନନ୍ୟ ପ୍ରତିଭା ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥୀ ପ୍ରତିକ୍ଷା, ଆଦ୍ୟାଶା , ଅମିତ୍ , ଆୟୁଷ୍ମାନ , ଶୁଭାଶିଷ ଓ ସ୍ୱୟମ୍ ଙ୍କୁ ଜୀବନୀ ପୁସ୍ତକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶିକ୍ଷକ ଅକ୍ଷୟ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *