ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଗ୍ରାମର , ମନ୍ଦିର ସମ୍ମୁଖସ୍ଥ ମାଆ ଙ୍କ କାହାଳୀଆ ସେବକ ସ୍ବର୍ଗତ ବିଷ୍ଣୁ ଚରଣ ଜେନା ଙ୍କ ମଧ୍ୟମ ପୁତ୍ର ବସନ୍ତ କୁମାର ଜେନା ( ୫୪ ) ଙ୍କର ଗତ ସୋମବାର ସନ୍ଧ୍ୟା ରେ ହୃଦ୍ ଘାତ ରେ ପରଲୋକ ହୋଇଯାଇଛି । ତାଙ୍କ ଘର ସମ୍ମୁଖରେ ଥିବା ପ୍ରାଚୀନ ବ୍ରଜବିହାରୀ ମଠ ଆଗରେ , ପ୍ରତିବର୍ଷ ପୂଜା କମିଟି ତରଫରୁ ଯେଉଁ ଗଣେଶ ପୂଜା ଅନୁଷ୍ଠିତ ହୁଏ , ବସନ୍ତ ଜେନା ଓରଫ୍ ଟୁଟୁ ତାର ମୁଖ୍ୟବିନ୍ଧାଣୀ ଥିଲେ ।
ମହାବାତ୍ୟା ବେଳେ, ବାତ୍ୟା ର ଚିତ୍ର, ବନ୍ୟାବେଳେ ବନ୍ୟାର ଚିତ୍ର, କୋରୋନା ବେଳେ ମୃତ୍ୟୁର ବିଭୀଷିକା ଆଦିର ନିଖୁଣ ଚିତ୍ର ପ୍ରଚ୍ଛଦପଟରେ ସଜାଇ, ବ୍ରଜବିହାରୀ ଗଣେଷ ପୂଜା ମଣ୍ଡପ କୁ ଏକ ସ୍ବତନ୍ତ୍ର ଆକର୍ଷଣ ର କେନ୍ଦ୍ର ବିନ୍ଦୁ କରିଆସୁଥିଲେ। ମାତ୍ର ଚଳିତ ବର୍ଷ ଗଣେଷ ପୂଜା ର ମାତ୍ର ଦିନକ ପୂର୍ବରୁ ତାଙ୍କର ଆକସ୍ମିକ ମୃତ୍ୟୁ ରେ କନକପୁର ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ଅଶୋକ କୁମାର ମହାନ୍ତି, ଅରୁଣ କୁମାର ମହାପାତ୍ର, ଜ୍ଞାନ ରଞ୍ଜନ ମହାନ୍ତି, ଶିବ ପ୍ରସାଦ ମହାରଣା, ଅମିତ୍ କୁମାର ବାରିକ, ଅଜୟ କୁମାର ସାହୁ, ବିରଜାକାନ୍ତ ପରିଜା , ଆୟୁଷ୍ମାନ ମହାନ୍ତି ଙ୍କ ପୂଜା କମିଟି ର ସମସ୍ତ ସଦସ୍ୟ ଓ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ଗ୍ରାମ୍ୟ ଶ୍ମଶାନରେ ଅନ୍ତେଷ୍ଟକ୍ରିୟା ସମୟରେ ତାଙ୍କର ଭାଇ ବିଜୟ ଜେନା, ବିଜ୍ଞାନ, ବିଚିତ୍ରl , ଓ ବିବେକ ଜେନା ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ବଡପୁଅ ବିଶ୍ୱପ୍ରକାଶ ମୁଖାଗ୍ନୀ ଦେଇଥିଲେ।
