Screenshot 2025 08 31 114137 E17

ରେଳ ଧାରଣାରୁ ଟ୍ରାଭେଲ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ରାଜ୍ୟ
Spread the love

ଭୁବନେଶ୍ୱର: ଭୁବନେଶ୍ୱରର ପଳାସପାଲି ଅଞ୍ଚଳରେ ରବିବାର ଦିନ ଜଣେ ଲୋକପ୍ରିୟ ବାଇକର ତଥା ଟ୍ରାଭେଲ୍ ବ୍ଲଗର ସନ୍ଦୀପ କୁମାର ଦାସଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟ ପଳାସପାଲି ଅଞ୍ଚଳରେ ସ୍ଥାନୀୟ ଲୋକମାନେ ତାଙ୍କ ବିକୃତ ମୃତଦେହ ଦେଖିଥିଲେ। ପୁନମା ଗେଟ୍ କ୍ରସିଂ ନିକଟରେ ରେଳ ଧାରଣାରେ ମୃତଦେହ ପଡ଼ିଥିବା ବେଳେ ତାଙ୍କ ମୋଟରସାଇକେଲ୍ ଘଟଣାସ୍ଥଳ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଘଟଣାର କିଛି ସମୟ ପୂର୍ବରୁ ସେ ତାଙ୍କ ମୋବାଇଲ୍ ଫୋନ୍‌ରେ ଜୋରରେ କଥା ହେଉଥିଲେ। ସେ କାହା ସହିତ ଝଗଡ଼ା କରୁଥିବା ଭଳି ଲାଗିଥିଲା।

ତେବେ ଖବର ପାଇ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇଥିଲେ। ତାଙ୍କ ମୋଟରସାଇକେଲ୍ ମଧ୍ୟ ଜବତ କରାଯାଇଥିଲା ବେଳେ ତାଙ୍କ ମୋବାଇଲ୍ ଫୋନ୍ କଲ୍ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି।

ପ୍ରାଥମିକ ତଦନ୍ତ ଆତ୍ମହତ୍ୟାକୁ ସୂଚିତ କରୁଥିବା ବେଳେ ପୋଲିସ ସମସ୍ତ ସମ୍ଭାବ୍ୟ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରୁଛି। ଅଧିକ ଯାଞ୍ଚ ପାଇଁ ଏକ ଫରେନସିକ ଟିମକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି। ତେବେ ତାଙ୍କର ହଠାତ୍ ଏଭଳୀ ମୃତ୍ୟୁ ତାଙ୍କ ଫେଲୋଅର୍ସଙ୍କୁ ମର୍ମାହତ କରିଛି।

Leave a Reply

Your email address will not be published. Required fields are marked *