ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଉଦ୍ଦଘାଟନ କଲେ ଭୁବନେଶ୍ୱର ସାଂସଦଙ୍କ ଅପରାଜିତା ଷଡ଼ଙ୍ଗୀ

ଜିଲା ଖବର ପୁରୀ ରାଜ୍ୟ
Spread the love

ଜଟଣୀ, ୧୮/୯: ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଭୁବନେଶ୍ୱର ସାଂସଦଙ୍କ ଦ୍ୱାରା ଉଦ୍ଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉଦ୍ଦଘାଟନ କରିଥିଲେ। ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ନାରୀ ସୁସ୍ଥ ତଥା ନାରୀ ସଶକ୍ତ ରହିଲେ ତାହେଲେ ପରିବାର ସହ ରାଜ୍ୟ ଓ ଦେଶର ଉନ୍ନତି ହେବ। ତେଣୁ ମା’ ମାନେ ଡ଼ାକ୍ତରଖାନାକୁ ଆସି ମାଗଣାରେ ବିଭିନ୍ନ ପ୍ରକାରର ଚେକ୍ କରନ୍ତୁ ବୋଲି ଆହ୍ବାନ କରିଥିଲେ। ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଦ୍ବାରା ମହିଳାମାନଙ୍କୁ ଅଧିକ ଗୁରୁତ୍ବ ଦିଆଯିବ। ଜନ୍ମଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସେବା ପାଇ ପାରିବେ ଏବଂ ଏହାଛଡ଼ା ପୁରୁଷମାନେ ମଧ୍ୟ ପାଇପାରିବେ। କାର୍ଯ୍ୟକ୍ରମରେ ସିଡିଏମଓ ଡ଼ଃ. ସଞ୍ଜୟ ରୟ, ସୁପରିଣ୍ଟେଣ୍ଡଣ୍ଟ ଡ଼ଃ. ଜିତେନ୍ଦ୍ର ପଣ୍ଡା, ପୌରାଧକ୍ଷ ଅନନ୍ତ ବେହେରା, ବିଜେପି ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ବିଶ୍ଵରଞ୍ଜନ ବଡ଼ଜେନା ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *