ମଗରବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

ଜିଲା ଖବର ନୟାଗଡ ରାଜ୍ୟ
Spread the love

ନୟାଗଡ ,୨୨/୯ : ଓଡଗାଁ ବ୍ଲକ ଅନ୍ତର୍ଗତ ମଗରବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ପ୍ରଧାନ ମନ୍ତ୍ରୀ ଙ୍କର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ର ଶୁଭାରମ୍ଭ ହୋଇଯାଇଛି ଆଖ ପାଖ ପଞ୍ଚାୟତର ପ୍ରାୟ ଅନେକ ମହିଳାଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିବା ବେଳେ ସୁସ୍ତ ପରିବାର କିପରି ଗଠନ କରିପାରିବା ସେ ବିଷୟରେ ସ୍ୱାସ୍ଥ୍ୟକର୍ମୀ ମାନେ ସଚେତନ କରାଇଥିଲେ ,ଏହିକାର୍ଯ୍ୟକ୍ରମ ର ମୂଳ ଲକ୍ଷ ଥିଲା ସୁସ୍ଥ ଜୀବନଶୈଳୀ ,ସ୍ୱାସ୍ଥ୍ୟ ର ମାନଦଣ୍ଡକୁ ବଜାୟ ରଖିବା ,ସବୁମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା , ସ୍ୱାସ୍ଥ୍ୟ ସେବାଗୁଡିକ ସହଜରେ ଉପଲଧ୍ୟ କରାଇବା , ଉର୍ଣ୍ଣତ ମାନର ସ୍ୱାସ୍ଥ୍ୟ ସେବା ଯୋଗେଇଦେବା , ଇତ୍ୟାଦି ଏହି କାର୍ଯ୍ୟକ୍ରମରେ ଶରଣକୂଳ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ତାପସ ରଂଜନ ସେନାପତି ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ,ଏଥିରେ ସହଯୋଗ କରିଥିଲେ ଆୟୁଷ ଡାକ୍ତର ଯଶୋବନ୍ତ ସୁବୁଦ୍ଧି ,ସୁପରଫଇଜର ଚକ୍ରଧର ଛୋଟରାୟ,ସ୍ୱାସ୍ଥ୍ୟ କର୍ମୀ ଗୁରୁପ୍ରସାଦ ବେହେରା ,ଏନଏମ ଦିଦି , ଆଶାଦିଦି ,ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟାନ କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ ମହିଳା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ,

Leave a Reply

Your email address will not be published. Required fields are marked *