ଓଡ଼ିଆ ସିନେମା ‘ବୋଉ ବୁଟୁ ଭୁତ’ର ହିନ୍ଦୀ ରିମେକ କରିବେ କରନ ଜୋହର

ଦେଶବିଦେଶ ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର,୨୩/୯: ଶେଷରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କଣ୍ଟେଣ୍ଟ ଉପରେ ପଡିଛି ବଲିଉଡ ନଜର। ଓଡ଼ିଆରେ ସର୍ବାଧିକ ଆୟ କରିଥିବା ସିନେମା ‘ବୋଉ ବୁଟୁ ଭୁତ’ର ରିମେକ ରାଇଟ୍ସ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ କିଣିବାର ପ୍ରକ୍ରିୟାରେ ଆରମ୍ଭ କରିଛି। କୋମଲ ନହଟାର ‘ଫିଲ୍ମ ଇନ୍ଫର୍ମେସନ୍’ ମ୍ୟାଗାଜିନରେ ପ୍ରକାଶିତ ନୋଟିସ୍‌ରେ ଧର୍ମାର ମୁଖ୍ୟ ଆଇନୀ ଅଧିକାରୀ ରଖୀ ବାଜପେୟୀ ତିୱାରୀ ଏହା ଘୋଷଣା କରିଛନ୍ତି।

୨୦୨୫ରେ ଜୁନ୍‌ ୧୨ରେ ରିଲିଜ୍‌ ହୋଇଥିବା ଏହି ହରର୍-ଥ୍ରିଲର୍-କମେଡି ସିନେମାରେ ବାବୁଶାନ ମହାନ୍ତି, ଆର୍ଚିତା ସାହୁ ଓ ଅପରାଜିତା ମହାନ୍ତି ଅଭିନୟ କରିଛନ୍ତି। ରାଇଟ୍ସ ସମସ୍ତ ଭାରତୀୟ ଓ ବିଶ୍ୱର ବିଭିନ୍ନ ଭାଷାରେ ରିମେକ, ଡବିଂ, ସବଟାଇଟଲ୍‌ ସମେତ ସମସ୍ତ ମିଡ଼ିଆରେ ସ୍ଥାୟୀ ଅଧିକାର କଭର୍‌ କରୁଛି। ତେବେ ବାବୁଶାନ ଫିଲ୍ମ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ମୂଳ ସିନେମାର ସମସ୍ତ ଆଇପି ମାଲିକାନା ରହିବ।

ହାଉସଫୁଲ୍‌ ୫ ଓ ସିତାରେ ଜମୀନ୍‌ ପାର୍‌’ ଭଳି ସିନେମାର ପ୍ରତିଯୋଗିତା ସତ୍ତ୍ବେ ଏହା ୧୪-୧୫ କୋଟି ଟଙ୍କା ଆୟ କରି ସର୍ବାଧିକ ଶୀର୍ଷରେ ରହିଛି, ଯାହା ଦ୍ୱିତୀୟ ସର୍ବୋଚ୍ଚ ‘ଦମନ୍‌’ର ଦୁଇଗୁଣ ରହିଛି।

Leave a Reply

Your email address will not be published. Required fields are marked *