ସଅଁରା ଛକ ଗଜଲକ୍ଷ୍ମୀ ପୂଜା ରେ ଆଧ୍ୟାତ୍ମିକ ପ୍ରବଚନ

ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼, ୯/୧୦: ବିଗତ କୁମାର ପୂର୍ଣ୍ଣିମା ଦିନ ଠାରୁ ତିର୍ତ୍ତୋଲ ବ୍ଲକ ସଅଁରା ଛକ ରେ ସ୍ଥାନୀୟ ଅଞ୍ଚଳର ବଣିକ ସଂଘ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ପାଳନ ଅବସରରେ ଗତ ଗୁରୁବାର ସନ୍ଧ୍ୟା ରେ ଆୟୋଜିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେଇ , ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ତଥା ପ୍ରଚଣ୍ଡ ପ୍ରଗଲଭ ପ୍ରବକ୍ତା ବାବା ଦିବାକର ଦାସ ମହାରାଜ, ମହାପ୍ରଭୂ ଶ୍ରୀଜଗନ୍ନାଥ ଙ୍କର ଲୀଳା ମାହାତ୍ମ୍ୟ ଓ ତତ୍ତ୍ୱ ଦର୍ଶନ ଉପରେ ଦିବ୍ୟ ପ୍ରବଚନ ପ୍ରଦାନ କରି, ସମବେତ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଓ ଭଗବତ୍ ପ୍ରେମୀ ମାନଙ୍କୁ ମନ୍ତ୍ର ମୁଗ୍ଧ କରି ଦେଇଥିଲେ।ବାବାଙ୍କ ସହିତ ବାଦ୍ୟଯନ୍ତ୍ର ସଂଗୀତ ପରିଚାଳନା ରେ ଜୟନ୍ତ ଶତପଥି ଓ କିଶୋର ମହାପାତ୍ର ସହଯୋଗ କରିଥିଲେ !ବିଭିନ୍ନ ପୂଜା ମଣ୍ଡପ ରେ ଅଶ୍ଳୀଳ ନୃତ୍ୟ ସଙ୍ଗୀତ ର ଆସର ଦେଖିବକୁ ମିଳୁଥିବା ବେଳେ, ସଅଁରା ଗଜଲକ୍ଷ୍ମୀ ପୂଜା କମିଟି ର ଏହି ଅଭିନବ ପ୍ରୟାସ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *