ବିଲକୁ ଯାଉଥିବା ବେଳେ ଉପରେ ପଡ଼ିଲା ଶୁଖିଲା ଗଛର ଗଣ୍ଡି, ଚାଲିଗଲା ଜୀବନ…

ଗଜପତି ଜିଲା ଖବର ରାଜ୍ୟ
Spread the love

ମୋହାନା, ୨୩/୧୦: ମନୁଷ୍ୟ ଜୀବନ ପାଣି ଫୋଟକା ଭଳି, ମୃତ୍ୟୁ କେମିତି ଆସିବ କେହି ଆକଳନ କରିପାରିବେ ନାହିଁ l ସେଭଳି ଏକ ଦୁଃଖଦ ଘଟଣା କ୍ରମରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଗଜପତି ଜିଲା ରା. ଉଦୟଗିରି ବ୍ଲକ ସ୍ଥିତ ରାମଗିରି ଗ୍ରାମ ପାତ୍ରସାହିର ସୁମନ ପାଇକ( ୧୯)।ସୂଚନା ମୁତାବକ, ବୁଧବାର ସକାଳ ୧୧ଟା ସମୟ ରେ ୫ ଜଣ ସାଙ୍ଗ ବାଟମାଙ୍ଗଳା ନିକଟରେ ଥିବା ବିଲକୁ ଯାଉଥିଲେ। ଏହି ସମୟରେ ମନ୍ଦିର ଛକ ରାସ୍ତା ପାର୍ଶ୍ୱରେ ଥିବା ବିରାଟକାୟ ଶୁଖିଲା ଆମ୍ବ ଗଛର ଏକ ଗଣ୍ଡି ସେମାନଙ୍କ ଉପରେ ପଡିଥିଲା। ଫଳରେ ସୁମତ୍କ୍‌ ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରବଳ ରକ୍ତ ବୋହିଥିଲା ଏବଂ ଅନ୍ୟମାନଙ୍କୁ ସାମାନ୍ୟ ଆଘାତ ଲାଗିଥିଲା l ସଙ୍କଟାପୂର୍ଣ୍ଣ ଅବସ୍ଥାରେ ଥିବା ସୁମନକୁ ସଙ୍ଗେ ସଙ୍ଗେ ସେମାନେ ଏକ ମୋଟର ସାଇକେଲ ଯୋଗେ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ l ଡାକ୍ତର ତାପସ ରଞ୍ଜନ ପଣ୍ଡା ଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୁମନର ମୁଣ୍ଡରେ ଗଭୀର ଆଘାତ ଥିବାହେତୁ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିଲେ l ହେଲେ ତାହା ପୂର୍ବରୁ ସୁମନଙ୍କ ପ୍ରାଣବାୟୁ ଉଡିଯାଇଥିଲା lପିଲାଟି ଦିନରୁ ସୁମନ ବାପାଙ୍କୁ ହରେଇ ଥିବା ବେଳେ ମା’ ଅନ୍ୟତ୍ର ବିବାହ କରି ଚାଲି ଯାଇଥିଲେ। ଶେଷରେ ସେ ମାଉସୀଙ୍କ ପାଖରେ ରହି ବଢିଥିଲେ। ଦିନମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଚଳେଇବା କଷ୍ଟ ସାଧ୍ୟ ହେଲେ ମଧ୍ୟ ସୁମନ ର ସବୁ ଅଭିଳାଷ ପୂରଣ କରୁଥିଲେ l ସୁମନ ର ମୃତ୍ୟୁ ଖବର ଶୁଣିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଘଟଣାକୁ ନେଇ ପାତ୍ରସାହି ବାସି ଥାନା ଅଧିକାରୀ ଡି. ଗଜପତି ଦୋରାଙ୍କ ସହ ଯୋଗାଯୋଗ କରି ଏ ନେଇ ରାମଗିରି ଥାନାରେ ୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏଏସ୍‌ଆଇ କେ. ଶଙ୍କର ତଦନ୍ତ ଚଳେଇଛନ୍ତି l ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *