ହୋଟେଲରୁ ୩୦ଜଣଙ୍କୁ ଉଠାଇ ନେଲା ପୁଲିସ

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୨୩/୧୦: ସକାଳୁ ସକାଳୁ କଟକ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ପୁଲିସର ଚଢାଉ । ଏନେଇ ହୋଟେଲ ଭିତରେ ଥିବା କିଛି ସନ୍ଦିଗ୍ଦ ଲୋକଙ୍କୁ ପଚରା ଉଚୁରା କରୁଛି ପୁଲିସ । ମିଳିଥିବା ସୂଚନା ଅନୁସାରେ ବାହାର ରାଜ୍ୟରୁ ୩୦ଜଣ ସନ୍ଦିଗ୍ଧ ହୋଟେଲରେ ଏକାଧିକ ରୁମ୍ ନେଇ ରହିଥିଲେ । କ୍ରିପ୍ଟୋ କରେନ୍ସି ନେଇ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି ।ସମସ୍ତ ଅଟକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି। କାହିଁକି ଏଠାକୁ ଆସିଥିଲେ, ଏତେ ସଂଖ୍ୟାରେ ଆସିବା ପଛରେ କଣ ରହସ୍ୟ ରହିଛି ସେନେଇ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *