ଝଙ୍କଡ଼, ୨୫/୧୦: ନିଜର ବାଡିବଗିଚା ଓ ରାସ୍ତାକଡ଼ରେ ବିଭିନ୍ନ ପ୍ରକାରର ଫୁଲ ଫଳ ଗଛ ଲଗାଇ, ତାର ରକ୍ଷଣା ବେକ୍ଷଣ ପାଇଁ ନିରନ୍ତର କାର୍ଯ୍ୟକରି ଆସୁଥିବା, ତିର୍ତ୍ତୋଲ ବ୍ଲକ, ମୁଳିସିଂହ ପଞ୍ଚାୟତ ର ମୁଳିସିଂହ ସହର ଗ୍ରାମର ବନ ମହାରଣା ଙ୍କ ପୁତ୍ର ମନୋଜ କୁମାର ମହାରଣା ଡାକନାମ ମନୁଆ (୫୦) ଙ୍କର ଗତ ଶନିବାର ଅପରାହ୍ନ ତିନିଟା ବେଳେ, ହୃଦଘାତ ରେ ପରଲୋକ ହୋଇଯାଇଛି। ତଥାପି ସନ୍ଦେହରେ ତାଙ୍କ ପରିବାର ଲୋକେ ତାଙ୍କୁ, ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ସଦର ମେଡିକାଲ କୁ ନେବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଓ ନିହାତି ଗରିବଲୋକ ହୋଇଥିବା ବେଳେ, ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଘରେ ତାଙ୍କର ବିଧବା ପତ୍ନୀ ମିନତୀ, ବଡଝିଅ ନିହାରିକା ଓ ସାନଝିଅ ସାଗରିକା, ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ରେ , + ୨ ଓ ବି ଏ ପାସ କରି ଅବିବାହିତ ଭାବରେ ରହିଅଛନ୍ତି। ମୃତ ମନୁଆ ଙ୍କ ଶବ କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ, ମୂଳିସିଂହ ସରପଞ୍ଚ ସଫି ଆଜାମ ଓ ସମିତି ସଭ୍ୟ ରଞ୍ଜନ କୁମାର ସାହୁ ଙ୍କ ସମେତ ଗ୍ରାମବାସୀ ମାନେ ଜଗତସିଂହପୁର ଯାଇଛନ୍ତି। ତେବେ ମୃତ ମନୋଜ କୁମାର ମହାରଣା ଙ୍କ ବିପନ୍ନ ପରିବାରକୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀମାନେ ନିବେଦନ କରିଅଛନ୍ତି।
