ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୧୨/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦୁଇ ଦିନିଆ ଭୁଟାନ ଗସ୍ତ କରିଛନ୍ତି । ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋଗ୍‌ବେ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ ଜଣାଇଥିଲେ। ଏହି ଗସ୍ତ କାଳରେ ଭାରତ ଓ ଭୁଟାନର ମିଳିତ ସହଯୋଗରେ ନିର୍ମିତ ହୋଇଥିବା ଏକ ଜଳ ବିଦ୍ୟୁତ୍‌ ପ୍ରକଳ୍ପକୁ ମୋଦୀ ଉଦ୍‌ଘାଟନ କରିବେ । ଓ ଭୁଟାନର ରାଜା ଜିଗ୍‌ମେ କେଶର ନାମ୍‌ଗ୍ୟେଲ ୱାଙ୍ଗ୍‌ଚୁକ୍‌ଙ୍କୁ ମଧ୍ୟ ଭେଟିବେ। ମୋଦୀ ଭୁଟାନ ଗସ୍ତ ଅବସରରେ ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଥିଲେ ଯେ ଏହି ବିସ୍ଫୋରଣ ଘଟଣାରେ ଜଡ଼ିତ ବ୍ୟକ୍ତି ଓ ସଙ୍ଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋଷୀ ଯେଉଁଠାରେ ଥାଆନ୍ତୁ ନା କାହିଁକି ଖୋଜି ବାହାର କରାଯିବ ।

Leave a Reply

Your email address will not be published. Required fields are marked *