ପଦ ଛାଡିଲେ ଦେବାଶିଷ

କଟକ ରାଜ୍ୟ
Spread the love

କଟକ, ୨୫/୧୧: ପୁଣି ପଦାରେ ପଡିଲା ବିଜେଡିର ବଡ ଅନ୍ତଃକନ୍ଦଳ। ଆଜି ବିଜେଡିରୁ ସିନିୟର୍‌ ସିଟିଜେନ୍‌ ସେଲ୍‌ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ଥଫା ପତ୍ର ପଠାଇଛନ୍ତି । ଏବଂ ବରିଷ୍ଠ ଉପସଭାପତି ପଦ ଗ୍ରହଣ କରିବାକୁ ମନା କରିଛନ୍ତି ଦେବାଶିଷ ସାମନ୍ତରାୟ। ସିନିୟର ସିଟିଜେନ୍ ସେଲ୍ ଉପସଭାପତି ପଦ ନେବାକୁ ମନା କରିଛନ୍ତି। ଏବଂ କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ପଠାଇଛନ୍ତି।ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଆମ ପାର୍ଟି ବର୍ତ୍ତମାନ୍ ନୂଆ ଆଇଡୋଲୋଜିରେ ଅଗ୍ରସର ହେଉଛି। କଣ ପାଇଁ ଗତ ନିର୍ବାଚନରେ ଦଳ ହାରିଲା ପ୍ରକାଶ ମଧ୍ୟ କରାଗଲାନାହିଁ। ମାତ୍ର ସବୁ କର୍ମୀଙ୍କ ମୁହଁରେ ପରାଜୟର କାରଣ ପରିପ୍ରକାଶ ହେଉଛି। କେହି କୁହନ୍ତୁ ବା ନ କୁହନ୍ତୁ ୨୦୨୪ ପରାଜୟର କାରଣ ସମସ୍ତେ ଜାଣନ୍ତି। ବର୍ତ୍ତମାନ ସ୍ଥିତିରେ ଆପଣ ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ। ମୁଁ ବିଜେଡିର ଜଣେ ସାଧାରଣ କର୍ମୀ ଭାବେ କାମ କରି ଚାଲିବି।

Leave a Reply

Your email address will not be published. Required fields are marked *