ବିରେନମିତ୍ର ଙ୍କ ପରି ଜନନେତା ବିରଳ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୨୭/୧୧: ତିର୍ତ୍ତୋଲ ବ୍ଲକ, ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ରେ ଗତ ବୁଧବାର ଦିନ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ର ଙ୍କ 108 ତମ ଜୟନ୍ତୀ ପାଳିତ ହୋଇଯାଇଛି l ଜଗତସିଂହପୁର ସାରସ୍ୱତ ପରିଷଦ ର ସଭାପତି, ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଙ୍କ ଅଧକ୍ଷତା ରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନ ର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଓ ଅଧ୍ୟାକ୍ଷା ଜ୍ୟୋତିର୍ମୟୀ ମହାରଣା ଅତିଥି ଭାବେ ଯୋଗଦେଇ, ସ୍ବର୍ଗତ ବିରେନ ମିତ୍ର ଙ୍କ ପରି ଜନନେତା ଓ ଦରଦୀ ମଣିଷ ଆଜିର ଦୁନିଆଁରେ ବିରଳ ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ମୋନାଲିସା ଭଟ୍ଟ, ସୁଦେଷ୍ଣା ଦାସ, ପ୍ରିୟଙ୍କା ମଣ୍ଡଳ ଓ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମୁଖ ଆଲୋଚନା ରେ ଭାଗନେଇ, ସ୍ୱର୍ଗତ ମିତ୍ର ଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କ ରେ ଆଲୋଚନା କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆୟୋଜିତ ସ୍ମୃତିରେ ବିରେନ ମିତ୍ର ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ସାରସ୍ୱତ ପରିଷଦ ତରଫରୁ ମହାପୁରୁଷ ଙ୍କ ଜୀବନୀ ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଶିକ୍ଷୟତ୍ରୀ ମିନତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *