ବିଶ୍ୱ ବିଜେତା ୪ ଓଡ଼ିଆ କ୍ରିକେଟରଙ୍କୁ ଭବ୍ୟ ସ୍ୱାଗତ

ଖେଳ ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୧/୧୨: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ବିଶ୍ୱ ବିଜେତା ଦୃଷ୍ଟିବାଧିକ ଓଡ଼ିଆ କ୍ରି୍ରକେଟର । ଟି-୨୦ ଦୃଷ୍ଟିବାଧିତ ବିଶ୍ୱକପ ଦଳରରେ ରହିଥିଲେ ୪ଜଣ ଓଡ଼ିଆ ଖେଳାଳି । ଫୁଲ ସୋରେନ୍‌, ବାସନ୍ତୀ ହାଁସଦାଳ ଯମୁନାରାଣୀ ଟୁଡୁ, ପାର୍ବତୀ ମାରାଣ୍ଡି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେମି ଫାଇନାଲ ଓ ଫାଇନାଲରେ ଭରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହି ୪ଜଣ ଖେଳାଳି ।

ଗତ ୨୩ ନଭେମ୍ବରରେ ଇତିହାସ ରଚିଥିଲେ ଦୃଷ୍ଟିବାଧିତ ମହିଳା ଟି-୨୦ ଦଳ । କଲମ୍ବୋରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୭ୱିକେଟରେ ନେପାଳକୁ ପରାସ୍ତ କରି ବିଜୟୀ ହୋଇଥିଲା ।

Leave a Reply

Your email address will not be published. Required fields are marked *