ରାଜ୍ୟରୁ ତଡିପାର ହେଲେଣି ୪୯ବାଂଲାଦେଶୀ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୧/୧୨: ରାଜ୍ୟରୁ ଏଯାବତ ତଡିପାର ହୋଇଛନ୍ତି ୪୯ଜଣ ବାଂଲାଦେଶୀ । ଏନେଇ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆ ସରକାର ଆସିବା ପରେ ୫୧ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ଜଣଙ୍କୁ ବାଂଲାଦେଶ ପଠାଯାଇଛି । ଖୋର୍ଦ୍ଧାରୁ ୨୪ଜଣ, କଟକରୁ ୧୫ଜଣ, ଗଞ୍ଜାମରୁ ୬ଜଣ, କନ୍ଧମାଳରୁ ୩ଜଣ, କୋରାପୁଟରୁ ଜଣେ ଲେଖାଏଁ ତଡା ହୋଇଛନ୍ତି । ଆଉ ଦୁଇ ବାଂଲାଦେଶୀ ଜାଲ୍‌ ପାସ୍‌ପୋର୍ଟ କରି ଧରାପଡିଛନ୍ତି । ସେମାନଙ୍କ ନାମରେ ମାମଲା ହୋଇଛି ।

Leave a Reply

Your email address will not be published. Required fields are marked *