ଆର ଏମ ସ୍କୁଲ ଠାରେ ବିଜ୍ଞାନମେଳା ଅନୁଷ୍ଠିତ

କଟକ ରାଜ୍ୟ
Spread the love

କଟକ ସଦର, ୨/୧୨: ୪୨ମୌଜା, କୁଲସରିଚୁଆଁ ସ୍ଥିତ ଆର ଏମ ସ୍କୁଲ ( ରେକୀ ମିଶନ ସ୍କୁଲ) ଠାରେ ଏକ ବିଜ୍ଞାନମେଳା ଅନୁଷ୍ଠିତ ହୋଇ ଯାଇଛି, ପୂଜ୍ୟ ବିଜ୍ଞାନିଗୁରୁ ଶ୍ରୀସନ୍ଥ ଙ୍କ ନିର୍ଦ୍ଦେଶରେ ତଥା ଉପଦ୍ଧକ୍ଷା ସରସ୍ଵତୀ ସାମନ୍ତରାୟ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସ୍କୁଲ ପରିସରରେ ଏହି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା, ପାଖାପାଖି ୬୦ ଜଣ ପ୍ରତିଯୋଗୀ ମେଳା ରେ ଭାଗନେବା ସହ, ଅନେକ ଗୁଡ଼ିଏ ଜ୍ଞାନ ବିଜ୍ଞାନ ର କଳାକୃତି ପ୍ରସ୍ତୁତ କରି ଉପସ୍ଥିତ ଅତିଥି ଓ ଅବିଭାବକ ମାନଙ୍କୁ ବୁଝାଇ ଥିଲେ, ଏହି ମେଳାରେ କୂଳସରିଚୁଆଁ ନୋଡାଲ ହାଇସ୍କୁଲ *CBZ ବିଭାଗର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ମୋନାଲିସା ମହାପାତ୍ର* ଅତିଥି ରୂପେ ଯୋଗ ଦେଇ ପିଲାମାନଙ୍କ ଭୂୟସୀ ପ୍ରଶଂସା କରିଥିଲେ କାର୍ଯ୍ୟକ୍ରମ ଶେଷରେ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ, ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ସମସ୍ତ ଶିକ୍ଷୟତ୍ରୀ ଯଥା – ପ୍ରିୟତମା ସ୍ୱାଇଁ, ଅଲିଭା ଦଳାଇ, ବର୍ଷା ମୂଲିଆ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ତୃପ୍ତିମୟୀ ନାୟକନାୟକ, ସୃତି ପ୍ରଜ୍ଞା ମହାପାତ୍ର, ସୁଜାତା ପ୍ରଧାନ ଓ କବିତା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସୁ – ପରିଚାଳନା କରିବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *