ଖୋଦ ରାଜଧାନୀରେ ବାଲ୍ୟ ବିବାହ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୩/୧୨ : ରାଜଧାନୀରେ ବାଲ୍ୟ ବିବାହ। ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଅକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପ ର କର୍ମକର୍ତ୍ତାମାନେ ଏବଂ ଖଣ୍ଡଗିରି ପୁଲିସ୍‌ ଓ ବାଲ୍ୟ ବିବାହ ନିରୋଧ ଅଧିକାରୀ ସରକନ୍ତରା ଗାଁରେ ପହଞ୍ଚିଥିଲେ। ଏବଂ ଖଣ୍ଡୁଆଳ ମନ୍ଦିରରେ ବହାଦଳପୂର୍ ଗାଁର ଜଣେ ୧୬ ବର୍ଷ ବୟସର ଝିଅକୁ ନୟାଗଡର ଜଣେ ଯୁବକ ସହିତ ବିବାହ କରାଯାଉଥିବାବେଳେ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟରେ ସୁଯୋଗ କ୍ରମେ ବର୍ ଓ କନ୍ୟାକୁ ସେମାନଙ୍କ ପରିବାର ଲୋକେ ଲୁଚାଇ ଅନ୍ୟତ୍ର ନେଇଯାଇଛନ୍ତି। ବର୍ ଓ କନ୍ୟାକୁ ଖୋଜିବା ପାଇଁ ପୋଲିସ ପଇଁତରା ମରୁଛି।

Leave a Reply

Your email address will not be published. Required fields are marked *