ଝଙ୍କଡ଼, ୪/୧୨: ତିର୍ତୋଲ ବ୍ଲକ ଅଧୀନ ଝଙ୍କଡ଼ ମଣ୍ଡଳ ବାଖରପୁର ଗ୍ରାମ ଭଗବତୀ ପୀଠ ରେ ରେ ଭଗବତ ଗୀତା ମହାଯଜ୍ଞ ଆଡ଼ମ୍ବର ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶେଷ ହୋଇଯାଇଛି..ଉକ୍ତ ଅନୁଷ୍ଠାନ ରେ ମୁଖ୍ୟ ଆଚାର୍ଯ୍ୟ ନିକୁଞ୍ଜ ବିହାରୀ ଦାଶ, ପଣ୍ଡିତ ଶିବ ପ୍ରସାଦ ଦାଶ, ପଣ୍ଡିତ ଜ୍ଞାନ ରଞ୍ଜନ ନନ୍ଦ, ପଣ୍ଡିତ ଗୋପାଳ ନନା, ପଣ୍ଡିତ ଗୌରାଙ୍ଗ ନନ୍ଦ, ସର୍ବଶ୍ରୀ ନାରାୟଣ ପ୍ରସାଦ ନନ୍ଦ ବେଦ ମନ୍ତ୍ର ଉଚ୍ଚାରଣ ସହ ଯଜ୍ଞ କର୍ମ ସମ୍ପନ୍ନ କରିଥିବା ବେଳେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜେଶ ଦାସ ଅନ୍ନ ଦାନ କରିଥିଲେ.. ଅନ୍ୟ ମାନଙ୍କ ମଧ୍ୟରେ ଧ୍ୟାନ ରଞ୍ଜନ ନନ୍ଦ, ବିଭୁତି ଦାସ, ଅଭିରାମ ବାରିକ, ଶିବ ପ୍ରସାଦ ଦାସ, ଚନ୍ଦ୍ରକାନ୍ତ ନନ୍ଦ, ରାଜୁ ପ୍ରଧାନ ପ୍ରମୁଖ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରହିଥିଲା.. ଯଜ୍ଞ କର୍ତ୍ତା ଭାବରେ ବିଜୟ କୁମାର ପଣ୍ଡା, ସୂର୍ଯ୍ୟକାନ୍ତ ନନ୍ଦ ସପତ୍ନୀକ କାର୍ଯ୍ୟ ସମ୍ପନ୍ନ କରିଥିଲେ.. କୋଷ୍ଟି ମଲ୍ଲିକାପୁର ସରପଞ୍ଚ ବିଭୂ ପ୍ରସାଦ ମହାନ୍ତି ଙ୍କ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହଯୋଗ ରହିଥିଲା..ଶେଷରେ ଶତାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରି ଆନନ୍ଦ ମନରେ ଫେରିଥିଲେ..
