ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ଖେଳ ଦେଶବିଦେଶ
Spread the love

ନୂଆଦିଲ୍ଲୀ,୨୧/୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ ପରାସ୍ତ କରିଛି। ଟାଇଟଲ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସମୀର ମିନହାସଙ୍କ ଏକ ଧମାକାଦାର ଶତକ ଯୋଗୁଁ ପାକିସ୍ତାନ ୩୪୭ ରନ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଯାଇଥିଲା। ବୈଭବ ସୂର୍ୟ୍ୟବଂଶୀ ଏବଂ ଆୟୁଷ ମହାତ୍ରେଙ୍କ ସମେତ ସମସ୍ତ ଷ୍ଟାର ଖେଳାଳି କୌଣସି ପ୍ରଭାବ ପକାଇପାରି ନଥିଲେ।ଭାରତ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୧୦ ବଲ୍‌ରେ ୨୬ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଆୟୁଷ ମହାତ୍ରେ ମାତ୍ର ଦୁଇଟି ରନ କରିପାରିଥିଲେ। ୬ ଜଣ ଭାରତୀୟ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ୧୦ ନମ୍ବରରେ ବ୍ୟାଟିଂ କରୁଥିବା ଦୀପେଶ ଦେବେନ୍ଦ୍ରନ୍ ସର୍ବାଧିକ ୧୬ ବଲ୍‌ରେ ୩୬ ରନ କରି ରନ କରିଥିଲେ। ପାକିସ୍ତାନ ପକ୍ଷରୁ ଅଲି ରଜା ୪୨ ରନ ଦେଇ ୪ ୱିକେଟ୍ ନେଇଥିଲେ। ମହମ୍ମଦ ସୟାମ୍, ଅବଦୁଲ୍ ସୁଭାନ୍ ଏବଂ ହୁଜୈଫା ଏହସାନ୍ ପ୍ରତ୍ୟେକେ ଦୁଇଟି ୱିକେଟ୍ ନେଇଥିଲେ।ପାକିସ୍ତାନ ଦ୍ୱାରା ଧାର୍ୟ୍ୟ ୩୪୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଭାରତ ଭଲ ବ୍ୟାଟିଂ କରିପାରିନଥିଲା । ଭାରତ ତୃତୀୟ ଓଭରରେ ୩୨ ରନ ସ୍କୋରରେ ପ୍ରଥମ ୱିକେଟ ହରାଇଥିଲା। ଆୟୁଷ ମହାତ୍ରେ ସାତ ବଲରେ ଦୁଇ ରନ କରି ଆଉଟ ହୋଇଥିଲେ। ତା’ପରେ ଆରୋନ ଜର୍ଜ ନଅ ବଲରେ ୧୬ ରନ କରି ବିଦାୟ ନେଇଥିଲେ। ତା’ପରେ ବୈଭବ ସୂର୍ୟ୍ୟବଂଶୀ ୧୦ ବଲ୍ ରେ ୨୬ ରନ କରି ବିଦାୟ ନେଇଥିଲେ ।ଭାରତୀୟ ଟପ୍-ଅର୍ଡର ବ୍ୟାଟସମ୍ୟାନଙ୍କ ମଧ୍ୟରୁ କୌଣସି ବି ସ୍ଥିର ବ୍ୟାଟିଂ କରିନଥିଲେ। ଦ୍ରୁତ ରନ ପିଛା କରି ସମସ୍ତେ ଆଉଟ ହୋଇଥିଲେ । ବେଦାନ୍ତ ତ୍ରିବେଦୀ ୧୪ ବଲ୍ ରେ ୯, ଅଭିଜ୍ଞାନ କୁଣ୍ଡୁ ୨୦ ବଲରେ ୧୩, କନିଷ୍କ ଚୌହାନ ୨୩ ବଲରେ ୯ ଏବଂ ଖିଲାନ ପଟେଲ ୨୩ ବଲରେ ୧୯ ରନ କରି ବିଦାୟ ନେଇଥିଲେ। ତା’ପରେ ହେନିଲ ପଟେଲ ୬ ଏବଂ ଦୀପେଶ ଦେବେନ୍ଦ୍ରନ ୩୬ ରନ କରି ବିଦାୟ ନେଇଥିଲେ।

Leave a Reply

Your email address will not be published. Required fields are marked *