ନୂଆ ଦିଲ୍ଲୀ, ୬/୧:ଭାରତୀୟ ଟିମର ଷ୍ଟାର ବୋଲର ହମମ୍ମଦ ଶାମି ନିର୍ବାଚନ କମିଶନଙ୍କ ରାଡାରକୁ ଆସିଛନ୍ତି । ଏସଆଇଆର ସହ ଜଡ଼ିତ ଶୁଣାଣି ଲାଗି କୋଲକାତାର ଯାଦବପୁରରେ ଥିବା ଏକ ସ୍କୁଲକୁ ତାଙ୍କୁ ଡକାଯାଇଥିଲା । କିନ୍ତୁ ସେ ଆସିପାରି ନଥିଲେ । ସେହିଦିନ ବିଜୟ ହଜାରେ ଟ୍ରଫିରେ ବେଙ୍ଗଲ ପାଇଁ ଖେଳୁଥିବାରୁ ସେଠାକୁ ଆସିପାରି ନଥିଲେ ଶାମି । ଏସଆଇର ପ୍ରସଙ୍ଗରେ ତାଙ୍କୁ ନୋଟିସ ହୋଇଥିଲା ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।ସୋମବାର ଶାମି ଏବଂ ତାଙ୍କ ଭାଇଙ୍କୁ ପହଞ୍ଚିବାକୁ କୁହାଯାଇଥିଲା । କିନ୍ତୁ ଶାମି ନିର୍ବାଚନ କମିଶନଙ୍କୁ ଆଉ ଏକ ତାରିଖ ମାଗିଥିଲେ । ଏବେ ନିର୍ବାଚନ କମିଶନ ତାଙ୍କର ଅନୁରୋଧ ରଖା କରି ନୂଆ ତାରିଖ ଦେଇଛନ୍ତି । ଏବେ ମହମ୍ମଦ ଶାମିଙ୍କ ଶୁଣାଣି ଜାନୁଆରୀ ୯ରୁ ଜାନୁଆରୀ ୧୧ ମଧ୍ୟରେ ହେବ । ମହମ୍ମଦ ଶାମି କୋଲକାତା ମ୍ୟୁନିସିପାଲ କର୍ପୋରେସନର ୱାର୍ଡ ନମ୍ବର ୯୩ର ଜଣେ ଭୋଟର । ଏହି ଓ୍ବାର୍ଡ ରାସବିହାରୀ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଛି।
