ସାରସ୍ୱତ ପରିଷଦ ପକ୍ଷରୁ, ଆସ ଭେଟିବା ଆମ ପିଲାଙ୍କୁ କାର୍ଯ୍ୟକ୍ରମ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୮/୧: ତିର୍ତ୍ତୋଲ ବ୍ଲକ ମୂଳିସିଂହ ପଞ୍ଚାୟତ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକସ୍କୁଲ ପରିସରରେ, ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୂଲ୍ୟରେ ଗତ ବୁଧବାର ଦିନ, “ଆସ ଭେଟିବା ଆମ ପିଲାଙ୍କୁ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପରିଷଦର ସଭାପତି ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉଣେଇଶ ଜଣ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ, ସେମାନଙ୍କ ମଧ୍ୟରୁ ଛଅ ଜଣ କୃତି ଛାତ୍ରଛାତ୍ରୀ ଙ୍କୁ ମହାପୁରୁଷ ଙ୍କ ଜୀବନୀ ପୁସ୍ତକ ପ୍ରଦାନ କରାଯାଇଥିଲା l ଏଥିରେ ଶିକ୍ଷୟତ୍ରୀ ମୋନାଲିସା ଭଟ୍ଟ, ମିନତୀ ଦାସ ଓ ଶିକ୍ଷକ ଅଶୋକ କୁମାର ବେହେରା ବିଚାରକ ଭାବେ ଅଂଶଗ୍ରହଣ କରିଥିବାବେଳେ, ସ୍କୁଲର ଅଧ୍ୟକ୍ଷ ବିକ୍ରମ କୁମାର ଜେନା, ଅଧ୍ୟକ୍ଷl ଜ୍ୟୋତିର୍ମୟୀ ମହାରଣା ଓ ଶିକ୍ଷୟତ୍ରୀ ପ୍ରିୟଙ୍କା ମଣ୍ଡଳ ପ୍ରମ୍ମୁଖ ଅତିଥିଭାବେ ଯୋଗଦେଇ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସଫଳତା ଲାଭ ହୋଇଥାଏ ଓ ସେଥିପାଇଁ ନିରନ୍ତର ଉଦ୍ୟମ ଜାରି ରଖିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ l ଶେଷରେ ଶିକ୍ଷୟତ୍ରୀ ସୁଦେଷ୍ଣା ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *