ଠାକୁରମୁଣ୍ଡା, ୯/୧: ବାପାର କୁରାଢ଼ୀ ଚୋଟରେ ପୁଅର ମୃତ୍ୟୁ ହୋଇଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିଆ ଗ୍ରାମରେ । ସେହି ଗ୍ରାମର ଅନାମ ବାଉଁଶିଆ ନିଜ ବଡପୁଅ ତପନ ବାଉଁଶିଆକୁ ଏକ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ।ସୂଚନାଥାଉକି ଗତକାଲି ସନ୍ଧ୍ୟା ୯ଘଟିକା ସମୟରେ ବାପା ଅନାମ ବାଉଁଶିଆ ରୋଷେଇ କରୁଥିବା ବେଳେ ପୁଅ ତପନ ମଦ ପିଇ ଆସି ବାପାକୁ ପାର୍ଟିତୁଣ୍ଡ କରିବା ସହିତ ଗୋଇଠା ମାରିବାରୁ ବାପା ରାଗି ଯାଇ ଏକ କୁରାଢ଼ୀରେ ହାଣି ହତ୍ୟା କରିଥିଲା । ଏହାପରେ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛନ୍ତି ବାପା। ଠାକୁରମୁଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଦାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜୋରଦାର କରିଛି ।
