ରଉଲକେଲା, ୧୦/୧: ରାଉରକେଲା ବିମାନ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଲେ ନିର୍ଦ୍ଦେଶକ । କ୍ରାସ ନୁହେଁ ଫୋର୍ସ ଲ୍ୟଣ୍ଡିଂ ହୋଇଥିବା କହିଲେ ନିର୍ଦ୍ଦେଶକ ।ରାଉରକେଲା ବିମାନ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ ଆହୁରି କହିଛନ୍ତି ଯେ, କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଘଟିଥାଇ ପରେ । ଯେଉଁଥିପାଇଁ ପାଇଲଟ ଫୋର୍ସ ଲ୍ୟଣ୍ଡିଂ କରାଇଛନ୍ତି । ଫୋର୍ସ ଲ୍ୟଣ୍ଡିଂର କିଛି ସମୟ ପୂର୍ବରୁ ପାଇଲଟ ମେ-ଡ଼େ ଘୋଷଣ କରିଥିଲେ । ବିମାନବନ୍ଦରରେ ଅବତରଣ ପାଇଁ ୧୫ମିନିଟ ବାକି ଥିଲା । କିନ୍ତୁ ଏହା ପୂର୍ବରୁ ଏକ ପଡିଆରେ ଅବତରଣ କରିଥିଲା ବିମାନ ।ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଆସୁଥିଲା ଇଣ୍ଡିଆୱାନ୍ ଏୟାର ଫ୍ଲାଇଟ୍ ଭିଟି-୧୦୨ । ୯ ସିଟ ବିଶିଷ୍ଟ ଏହି ବିମାନଟି ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା ହୋଇଥିଲା ।
