ସମାଜ ସଂସ୍କାର ଓ ସେବା କ୍ଷେତ୍ରରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରଶଂସନୀୟ ପଦକ୍ଷେପ

ରାଜ୍ୟ
Spread the love

କଟକ (ନିସର୍ତ୍ତ ନ୍ୟୁଜ): ସାମାଜିକ ସଂସ୍କାର, ସେବା ଏବଂ ସାଂସ୍କୃତିକ ଚେତନାର ପ୍ରସାର କ୍ଷେତ୍ରରେ କଟକସ୍ଥିତ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏକ ଅନନ୍ୟ ଭୂମିକା ନିର୍ବାହ କରୁଛି। ମହାଭାରତୀୟ ଚିନ୍ତା ଓ ଚେତନାକୁ ଆଧାର କରି ଗଠିତ ଏହି ଟ୍ରଷ୍ଟ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସେବା କରିବା ସହ ସାହିତ୍ୟ, ଶିକ୍ଷା ଏବଂ ସଂସ୍କୃତିର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି।

ଟ୍ରଷ୍ଟ ପକ୍ଷରୁ ସମାଜରେ ସକରାତ୍ମକ ଭାବନା ଓ ଶୃଙ୍ଖଳା ଜାଗ୍ରତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେଗୁଡ଼ିକ ମଧ୍ୟରେ ରକ୍ତଦାନ ଶିବିର, ଗ୍ରାମ ସଫେଇ ଅଭିଯାନ, ପାଠାଗାରର ଉନ୍ନତିକରଣ ଏବଂ ପୂଜ୍ୟପୂଜା ସହ ଭ୍ରାମ୍ୟମାଣ ପ୍ରତିଭା ସମ୍ମାନ ପ୍ରଦାନ ଅନ୍ୟତମ। କେବଳ ସେତିକି ନୁହେଁ, ସାମ୍ପ୍ରଦାୟିକ ସଦଭାବ ରକ୍ଷା କରିବା ପାଇଁ ଟ୍ରଷ୍ଟର ସଦସ୍ୟମାନେ ମନ୍ଦିର ଓ ମସଜିଦ୍ ଗୁଡ଼ିକର ସଫେଇ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି।

‘ସ୍ୱଚ୍ଛତା, ସବୁଜିମା, ସଂସ୍କୃତି, ସ୍ୱାଭିମାନ ଓ ସ୍ୱାବଲମ୍ବୀ’ – ଏହି ପାଞ୍ଚୋଟି ମୁଖ୍ୟ ସ୍ତମ୍ଭ ଉପରେ ଟ୍ରଷ୍ଟର ସମସ୍ତ କାର୍ଯ୍ୟଧାରା ପର୍ଯ୍ୟବେସିତ। ଗୋ-ସେବା ସହ ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ଏହି ଅନୁଷ୍ଠାନ ସର୍ବଦା ପ୍ରାଥମିକତା ଦେଇଆସୁଛି।

ଏହି ସମସ୍ତ ସମାଜମଙ୍ଗଳ କାର୍ଯ୍ୟକୁ ସଫଳ କରିବାରେ ଶ୍ରୀ ଦମନ ମହାନ୍ତି, ମୋହିନୀ ମା, ସରୋଜକାନ୍ତ ସାହୁ, ସଞ୍ଜୀବ ତରାଇ, ରାଜେଶ ବାରିକ, ପ୍ରମୋଦ ନାୟକ, ନିମାଇଁ ଚରଣ କର, ତପନ ନାଥ, ଦିଲୀପ ନାଥ, କେଦାର ସ୍ୱାଇଁ, ରଶ୍ମି ରଞ୍ଜନ ବାରିକ, ରାକେଶ ପଣ୍ଡା, ବିଭୁ ପ୍ରସାଦ ସାହୁ, ମନୋଜ ରାଉତ, ବିଷ୍ଣୁ ଚରଣ ମହାପାତ୍ର, ଶାନ୍ତନୁ ମଲ୍ଲିକ, ସାଗର ଜେନା, କାଳନ୍ଦୀ ମଲ୍ଲିକ, ସତ୍ୟବ୍ରତ ପ୍ରଧାନ ଏବଂ ସଂଗ୍ରାମ ଦାଶଙ୍କ ଭଳି ମୁଖ୍ୟ କାର୍ଯ୍ୟକର୍ତ୍ତାମାନେ ସଦାସର୍ବଦା ଚେଷ୍ଟିତ ରହିଛନ୍ତି। ଟ୍ରଷ୍ଟର ଏଭଳି ପ୍ରୟାସ ସମାଜରେ ଏକ ଶୋଭନୀୟ ଏବଂ ସଂସ୍କାରୀ ପରିବେଶ ସୃଷ୍ଟି କରିବାରେ ସହାୟକ ହେଉଛି।

Leave a Reply

Your email address will not be published. Required fields are marked *