ସମାଜସେବୀ ବସନ୍ତ କୁମାର ବେହେରା ଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Spread the love

ଝଙ୍କଡ଼  : ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ର ବିରିତୋଳ ଗ୍ରାମର ପ୍ରାକ୍ତନ ପଶୁଡାକ୍ତର ତଥା ଜଣାଶୁଣା ସମାଜ ସେଵୀ ସ୍ବର୍ଗତ ବସନ୍ତ କୁମାର ବେହେରା ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ସୋମବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ଙ୍କ ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସ୍ମୃତିସଭାରେ ଦିଲ୍ଲୀପ କୁମାର ବେହେରା ଓ ନୀଳମଣି ବେହେରା ସମସ୍ତ ନିମନ୍ତିତ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ, ପ୍ରାରମ୍ଭରେ ଦିବଂଗତ ଆତ୍ମାର ସଦଗତି କାମନା କରି ଦୁଇମିନିଟ ନିରବପ୍ରାର୍ଥନା କରାଯାଇଥିଲା l

ଅନ୍ୟମାନଙ୍କ ମଧ୍ୟରେ ବିରିତୋଳ ପଞ୍ଚାୟତ ର ବିଜେପି ସଭାପତି ସ୍ବପ୍ନସରିତ ପରିଡା, ବୀରକିଶୋର ପୃଷ୍ଟି, ବରିଷ୍ଠନାଗରିକ ଧର୍ମାନନ୍ଦ ବେହେରା, ପ୍ରଭାତୀ ବେହେରା, ଗୀତାଞ୍ଜଳି ବେହେରା, ସିଗ୍ନଧାରାଣୀ ବେହେରା, ରଞ୍ଜିତା ବେହେରା, ପ୍ରମୋଦ କୁମାର ବେହେରା, ଶିକ୍ଷକ ନବକିଶୋର ବେହେରା, ମଞ୍ଜୁଲତା ବେହେରା, ଦୈତାରୀ ବେହେରା, ଅନିଲ କୁମାର ବେହେରା, ସୁଶୀଲ ବେହେରା, ଅମ୍ବିକା ବେହେରା, ଯୋଗେନ୍ଦ୍ର ବେହେରା ଓ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମ୍ମୁଖ ଯୋଗଦେଇ ସ୍ବର୍ଗତ ବସନ୍ତ ବେହେରା ଙ୍କର ନିସ୍ଵାର୍ଥପର ଜନସେବା, ପରୋପକାର ଓ ନିଷ୍ଠାପରତl ବିଷୟରେ ନିଜନିଜର ଅନୁଭୂତି ଓ ଅନୁଭବର କଥା କହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅରବିନ୍ଦ, ପ୍ରିୟାଂଶୁ, ପ୍ରିୟଙ୍କା, ଅଙ୍କିତା, ପ୍ରଜ୍ଞl ଶ୍ରୀ, ପ୍ରଣତା, ପ୍ରତାଶ୍ଵେତା, ରବିଶଙ୍କର, ସ୍ମାରକ ରଞ୍ଜନ, ସ୍ମୃତିରଞ୍ଜନ ଓ କେଦାରନାଥ ବେହେରା ପ୍ରମ୍ମୁଖ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *