ତୁରୁଖା ରେ ବାବା ରାମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୨୫/୧୧: ବାଣୀକ୍ଷେତ୍ର ଝଙ୍କଡ଼ ପ୍ରଗଣା, ତିର୍ତ୍ତୋଲବ୍ଲକ, ଗରାମ ପଞ୍ଚାୟତ ଅଧିନ ତୁରୁଖା ଗ୍ରାମରେ, ବହୁକାଳରୁ ପୂଜା ପାଇଆସୁଥିବା ବାବା ରାମେଶ୍ୱର ମହାଦେବ ଙ୍କର ନବନିର୍ମିତ ଭବ୍ୟମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ଗତ ମଙ୍ଗଳବାର ଦିନ ପୂର୍ବାହ୍ନ ରେ, ପୁଣ୍ୟତୋୟା ହଂସୁଆ ନଦୀ, ରଙ୍କେଇ ଠାରୁ ଏକ ବିଶାଳ କଳସ ଶୋଭାଯାତ୍ରା, ବାବାଙ୍କ ପୀଠସ୍ଥଳି ରେ ପହଂଚିଥିଲା l ସନ୍ଧ୍ୟାସମୟରେ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏକ ସାରସ୍ୱତସଭା, ଝଙ୍କଡ଼ରତ୍ନ ଗୋଲକବିହାରୀ ପଲାଇ ଙ୍କ ସଭାପତିତ୍ବ ରେ ଏହି ସଭାରେ ମୁଖ୍ୟ ସଂଚାଳଜ ଭୋଳାନାଥ ଦାସ ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ l ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପିକା ଡକ୍ଟର ବିଷ୍ନୁପ୍ରିୟା ଦାସ, ମୁଖ୍ୟବକ୍ତା ଆଇନୀଜୀବି ମଞ୍ଜୁଲତା ରାଉତ, ସ୍ୱତନ୍ତ୍ରଅତିଥି ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ଓ ସମ୍ମାନିତ ଅତିଥିଭାବେ ମହୋତ୍ସବକମିଟି ର ସଭାପତି ଗୌରାଙ୍ଗ ଚରଣ ଦାସ, ଗ୍ରାମ୍ୟମୁଖ୍ୟ ନିରଞ୍ଜନ ଲେଙ୍କା, ସମ୍ପାଦକ ବିକ୍ରମ କିଶୋର ବିଶ୍ୱାଳ, ଶିକ୍ଷାବିତ ଯାଦୁନାଥ ସ୍ୱାଇଁ, ଗରାମ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି, ସମାଜସେବୀ ଦେବପ୍ରସାଦ ନାୟକ, ଜଗବନ୍ଧୁ ରାଉତ, କିଶୋର କୁମାର ମହାନ୍ତି ଓ ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ଯୋଗଦେଇ ବାବା ରାମେଶ୍ୱର ମହାଦେବ ଙ୍କ ମହିମା ଓ ମହାତ୍ମ ଉପରେ ତତ୍ତ୍ୱ ଓ ତଥ୍ୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିବା ସହିତ ବିଶେଷଅତିଥି ଭାବେ ଆଇନୀଜୀବି ରାଜକିଶୋର ବେହେରା ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ଏହି ମହତଉଦ୍ଦେଶ୍ୟ ର ଉଚ୍ଚ ପ୍ରଶଂସା କରିଥିଲେ l ପ୍ରାରମ୍ଭରେ ଶିଶୁ ନୃତ୍ୟଶିଳ୍ପୀ ଶୁଭଶ୍ରୀ ସ୍ୱାଇଁ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ l ଏହି ଅବସରରେ ଗାଆଁ ଝିଅ ସମ୍ମିଳନୀ କାର୍ଯ୍ୟକ୍ରମ ସହିତ, ଗାଁ ଝିଅ ମାନଙ୍କ ଦ୍ୱାରା ନୃତ୍ୟସଙ୍ଗୀତ ପରିବେଶଣ କରାଯାଇଥିଲା l ଯୁବସଙ୍ଗୀତ ନିର୍ଦ୍ଦେଶକ ମହେଶ ନାୟକ ସଂଯୋଜନା କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ସୁଶାନ୍ତ ଜେନା, ମାନସ ଲେଙ୍କା, ତାପସ ଲେଙ୍କା, ଭିକାରୀ ଦାସ ଅଜୟ ସ୍ୱାଇଁ, ଅଧିର ଦାସ, ସରୋଜ ଲେଙ୍କା, ବସନ୍ତ ସାହୁ, ଶରତ ସାହୁ, ଅଶୋକ ମହାନ୍ତି, ଦୀପକ ମହାନ୍ତି, ଆର୍ତ୍ତତ୍ରାଣ ମହାନ୍ତି, ଦେବେନ୍ଦ୍ର ମହାନ୍ତି, ପ୍ରଦ୍ୟୁମ୍ନ ମହାନ୍ତି, ଇଲୀପ ବିଶ୍ୱାଳ, ସୁକାନ୍ତ ବିଶ୍ୱାଳ, ମହନୀ ସାହୁ, ସ୍ମୃତି ରଞ୍ଜନ ଦାସ, ଭଜମନ ସେଠି, ମନୋରଞ୍ଜନ ରାଉତ, ଶୁଭ ଚନ୍ଦ୍ର ଦାସ, ଦିବାକର ଦାସ, ଜ୍ୟୋତିରଞ୍ଜନ ସ୍ୱାଇଁ, ଗିରିଧାରୀ ଦାସ ଓ ବିକ୍ରମ ବିଶ୍ୱାଳ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ବିଶେଷକରି ଏହି ମଞ୍ଚରେ ସମାଜର ବିଭିନ୍ନବର୍ଗର ବ୍ୟକ୍ତିମାନଙ୍କୁ ସେମାନଙ୍କର ଦକ୍ଷତା ଓ ପାରଦର୍ଶିତା ପାଇଁ ସମ୍ମାନିତ ଓ ସମ୍ମାନିତ କରାଯାଇଥିଲା l

Leave a Reply

Your email address will not be published. Required fields are marked *