ଏନପିଏସ, ୟୁପିଏସ ବିରୁଦ୍ଧରେ ଦିଲ୍ଲୀରେ ବିଶାଳ ସମାବେଶ

ଦେଶବିଦେଶ
Spread the love

ଦିଲ୍ଲୀ: ୨୫/୧୧: ପୁରୁଣା ପେନସନ ଲାଗୁ ପାଇଁ ସାରା ଦେଶ ଏକନେସନାଲ ମୁଭମେଣ୍ଟ ଫର୍ ଓଲ୍ଡ ପେନସନ ସ୍କୀମ ସଂଗଠନ (ଏନ୍ ଏମ ଓ ପି ଏସ) ର ଆନ୍ଦୋଳନ ଡାକରାରେ ଆଜି ନୂଆଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ଠାରେ ସବୁ ରାଜ୍ୟର କର୍ମଚାରୀମାନେ ଏନ ପି ଏସ, ୟୁ ପି ଏସ ହଟାଇ ପୁରୁଣା ପେନସନ ଲାଗୁ ନେଇ ଏକାଠି ହୋଇଛନ୍ତି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ୨୦୦୪ ମସିହାରୁ ଓ ରାଜ୍ୟ ସରକାର ୨୦୦୫ ମସିହାରୁ ପୁରୁଣା ପେନସନ ବ୍ୟବସ୍ଥା ଉଚ୍ଛେଦ କରି ନେସନାଲ ପେନସନ ସିଷ୍ଟମ (ଏନ ପି ଏସ) ଲାଗୁ କରିଥିଲେ, ଯେଉଁଥିରେ କି କର୍ମଚାରୀ ମାନେ ବେତନର ୧୦ ପ୍ରତିଶତ ଦେବେ ଓ ସରକାର ୧୪ ପ୍ରତିଶତ ପ୍ରଦାନ କରିବେ ଏବଂ ଏହା ବିଭିନ୍ନ ସେୟାର ମାର୍କେଟ ରେ ବିନିଯୋଗ ହେବ। ଯେଉଁଥିରେ କି କର୍ମଚାରୀ ମାନେ ଅବସର ପରେ ପେନସନ ଭାବେ ପାଇବେ। ପର ମୁହୂର୍ତ୍ତରେ ଦେଖାଗଲା କି ସେୟାର ମାର୍କେଟ ର ଅସ୍ଥିରତା ପାଇଁ ବହୁ କର୍ମଚାରୀମାନେ ଅବସର ପରେ ମାସିକ ମାତ୍ର ୧୦୦୦ ରୁ ୧୫୦୦ ପର୍ଯ୍ୟନ୍ତ ବେତନ ପାଇବା ପାଇଁ ଯୋଗ୍ୟ ହେଲେ। ଏହା ବିରୁଦ୍ଧରେ ପୂର୍ବ ବର୍ଷ ମାନଙ୍କରେ ଏନ୍ ଏମ ଓ ପି ଏସ ର ବାରମ୍ବାର ଆନ୍ଦୋଳନ ଓ ବିଭିନ୍ନ ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତ ବର୍ଷ ଏପ୍ରିଲ ମାସରେ ୟୁନିଫାଇଏଡ ପେନସନ ସ୍କିମ୍ (ୟୁ ପି ଏସ) ଲଗୁକରିଥିଲେ, ଯେଉଁଥିରେ କି କର୍ମଚାରୀ ମାନେ ବେତନର ୧୦ ପ୍ରତିଶତ ଦେବେ ଓ ସରକାର ୧୮.୫ ପ୍ରତିଶତ ପ୍ରଦାନ କରିବେ ଏବଂ ଏହା ବିଭିନ୍ନ ସେୟାର ମାର୍କେଟ ରେ ବିନିଯୋଗ ହେବ।

ଅବସର ପରେ କର୍ମଚାରୀ ମାନେ ଶେଷ ଦରମାର ୫୦ ପ୍ରତିଶତ ପେନସନ ଆକାରରେ ସେଥିରୁ ପାଇବେ କିନ୍ତୁ କର୍ମଚାରୀମାନେ ସେମାନଙ୍କ ପ୍ରଦତ୍ତ ଭାଗ କିଛି ପାଇବେ ନାହିଁ। ଏହିସବୁ କାରଣ ଯୋଗୁ ଏଯାବତ୍ ମାତ୍ର 3 ପ୍ରତିଶତ କର୍ମଚାରୀ ମାନେ ଏନ୍ ପି ଏସ ରୁ ୟୁ ପି ଏସ କୁ ବାଛିଛନ୍ତି। ରାଜ ନେତା ମାନେ ଥରେ ବିଧାୟକ କିମ୍ବା ସାଂସଦ ହେବା ପରେ ସେମାନେ ପୁରୁଣା ପେନସନ ପାଇବା ପାଇଁ ହକଦାର ହୋଉଥିବା ବେଳେ କର୍ମଚାରୀଟିଏ 30 ବର୍ଷ ଚାକିରି କରିବା ପରେ ମଧ୍ୟ ଏଥିରୁ ବଞ୍ଚିତ ହେଉଛି। ପ୍ରକାଶଥାଉକି ସବୁ ରାଜ୍ୟ ପୁରୁଣା ପେନସନ ପାଇଁ ଯୋରଦାର ବିରୋଧ କରୁଥିବା ବେଳେ କିଛି ରାଜ୍ୟ ଯଥା ଛତିଶଗଡ, ଝାଡ଼ଖଣ୍ଡ, ରାଜସ୍ତାନ ଏବଂ ହିମାଚଳ ପ୍ରଦେଶରେ ଏହା ଲାଗୁ ହୋଇସାରିଲାଣି ଓ କିଛି ରାଜ୍ୟରେ ପୁରୁଣା ପେନସନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କମିଟି ଗଢ଼ାଯାଇ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଏହା ଲାଗୁକରିବାକୁ ଅଗ୍ରସର ହେଉଛନ୍ତି। ଓଡ଼ିଶାର ମଧ୍ୟ କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନା ଲାଗୁ ନେଇ ଆଶାବାଦୀ ଅଛନ୍ତି |ଓଡିଶାରୁ ବିଜୟ ମଲ୍ଲଙ୍କ ନେତୃତ୍ଵରେ ପ୍ରିୟବ୍ରତ ପ୍ରଧାନ, ରଞ୍ଜନ ମହାନ୍ତି ,ପ୍ରଦୀପ ଜେନା,ଚନ୍ଦ୍ର ଖିଲ,ତାପସ ରଞ୍ଜନ ନାଥ, ହରିଶ ଚନ୍ଦ୍ର ଦାସ, ହୃଷିକେଶ ଦାସ ସହ ଶତାଧିକ କର୍ମଚାରୀ ଓ ଶିକ୍ଷକ ନୁଆଦିଲ୍ଲୀର ଜନ୍ତର ମନ୍ତର ଆନ୍ଦୋଳନରେ ସାମିଲ ହୋଇଛନ୍ତି।ବିଜୟ ମଲ୍ଲ ସଭାପତି ତଥା ଜାତୀୟ କାଯ୍ୟକାରିଣୀ ସଦସ୍ୟ ଓଡିଶା ପୁରୁଣା ପେନସନ ଅଭିଯାନMib-8260000999

Leave a Reply

Your email address will not be published. Required fields are marked *