ଡକାୟତି ଯୋଜନା ପଣ୍ଡ କରି ୩ ଜଣକୁ କାବୁ କଲା ପୁଲିସ

ଅନୁଗୋଳ ଅପରାଧ ରାଜ୍ୟ
Spread the love

ଅନୁଗୁଳ, ୨୫/୧୧: ଖୋର୍ଦ୍ଧାରୁ ଆସି ଅନୁଗୁଳରେ ଚଳାଇଥିଲେ ଡକାୟତି ଯୋଜନା। ଖବର ପାଇ ମାଡ଼ି ବସିଲା ଅନୁଗୁଳ ଥାନା ପୁଲିସ। ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ପଡ଼ିଆ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ରେଡ୍ କରିଥିଲା ପୁଲିସ। ୩ ଜଣକୁ କାବୁ କରିଛି ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ପ୍ରାୟ ୩୦ ଗ୍ରାମ ଡ୍ରଗସ ଜବତ ହୋଇଛି।

ଏହାଛଡ଼ା ସେମାନଙ୍କ ନିକଟରୁ ଗୋଟେ ଚାପଡ, ୩ଟି ମଦ ବୋତଲ , ଏକ କାର, ୨ ଟି ମୋଟର ସାଇକେଲ ମଧ୍ଯ ଜବତ ହୋଇଛି। ଧରାପଡ଼ିଥିବା ତିନି ଡକାୟତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଦୁଇ ଜଣ ଭୁବନେଶ୍ୱରରୁ ଜଣେ ଥିବା ଜଣାଯାଇଛି। ଅପରପକ୍ଷରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *