ଗନ୍ଧମାର୍ଦ୍ଧନ ପାହାଡ଼ରେ ହେବ ରୋପ୍ ୱେ ନିର୍ମାଣ

ବଲାଙ୍ଗୀର ମନୋରଞ୍ଜନ ରାଜ୍ୟ
Spread the love

ବରଗଡ଼,୨୫/୧୧: ଲୋକସେବା ଭବନରେ ବରଗଡ଼ର ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଗନ୍ଧମାର୍ଦ୍ଧନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିଥିଲେ। ଆଲୋଚନାରେ ଗନ୍ଧମାର୍ଦ୍ଧନ ପାହାଡ଼ରେ ରୋପ୍ ୱେ ନିର୍ମାଣ ପ୍ରମୁଖ ପ୍ରସଙ୍ଗ ରହିଥିଲା । ଐତିହାସିକ ଓ ଧାର୍ମିକ ମହତ୍ତ୍ୱ ରଖୁଥିବା ଗନ୍ଧମାର୍ଦ୍ଧନ ପାହାଡ଼ର ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓଡ଼ିଶା ଏବଂ ଅନ୍ୟରାଜ୍ୟରୁ ନୃସିଂହନାଥ ଓ ହରିଶଙ୍କରକୁ ଆସିଥାନ୍ତି। ଗନ୍ଧମାର୍ଦ୍ଧନର ଗୋଟିଏ ପଟେ ବରଗଡ଼ ଜିଲାର ନୃସିଂହନାଥରୁ ଅପର ପାର୍ଶ୍ଵରେ ଅବସ୍ଥିତ ବଲାଙ୍ଗିର ଜିଲାର ହରିଶଙ୍କର ପାହାଡ଼ ଉପରେ ପାଦଚ଼ଳା ରାସ୍ତାଦେଇ ଲୋକେ ଦୀର୍ଘ ୧୮ କିମି ଅତିକ୍ରମ କରିଥାନ୍ତି। ଏଠାରେ ରୋପ୍ ୱେ ନିର୍ମାଣ ହେଲେ ଏହି ଦୁଇ ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନସ୍ଥଳୀର ମହତ୍ତ୍ୱ ବଢ଼ିବା ସହ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ । ଏହାଦ୍ଵାରା ବାଣିଜ୍ୟ ବ୍ୟବସାୟରେ ଅଧିକ ନିଯୁକ୍ତି ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟ ସରକାର ଖୁବଶୀଘ୍ର ଏ ଦିଗରେ ପଦକ୍ଷପ ନେବେ ଏବଂ ଏହି କ୍ରମରେ ନୃସିଂହନାଥରୁ ହରିଶଙ୍କର ରୋପ୍ ୱେର ଡିପିଆର୍ ତୁରନ୍ତ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏମ୍‌ପି ପୁରୋହିତ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *