ଝଙ୍କଡ଼ : ପ୍ରଚଣ୍ଡ ରୌଦ୍ରତାପ ରେ, ତିର୍ତ୍ତୋଲବ୍ଲକ କନକପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା, ଆର ଡବ୍ଲୁ ଏସ ଏସ ର ପମ୍ପହାଉସ ରୁ ପାନୀୟଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉନଥିବାରୁ ଗତ 20 ତାରିଖ ଠାରୁ ଆଜିପର୍ଯ୍ୟନ୍ତ ଦୀର୍ଘ ପାଞ୍ଚଦିନ ହେଲା ଜଳଯୋଗାଣ ବନ୍ଦ ରହିଥିବାରୁ ସକାଳ, ମଧ୍ୟାହ୍ନ ଓ ଉପରବେଳା ତିନିଟାଇମ ପାଣିପାଇବାରୁ ବଞ୍ଚିତ ହୋଇଛନ୍ତି କନକପୁର ପଞ୍ଚାୟତ ର ପନ୍ଦରଟି ୱାର୍ଡ ର ହଜାରହଜାର ଅଧିବାସୀ l ତାପମାତ୍ରା ର ଅହେତୁକ ବୃଦ୍ଧି ସମୟରେ ସାଧାରଣ ଲୋକଙ୍କୁ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟସରକାର ଙ୍କ ନିର୍ଦ୍ଦେଶ ଥିଲାବେଳେ କନକପୁର ପଞ୍ଚାୟତ ରେ ଏହି ପାନୀୟଜଳଯୋଗାଣ ବ୍ୟବସ୍ଥା କୁ କାହା ନିର୍ଦ୍ଦେଶରେ ବନ୍ଦକରାଯାଇଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l
ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ ତିନିଟାଇମ ନହେଲେ ମଧ୍ୟ ଦିନକୁ ଗୋଟିଏ ଥର ମଧ୍ୟ ପାଣି ପାଇପାରୁନଥିବାରୁ, ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି l ବିଶେଷକରି ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିର ଏହି କନକପୁର ପଞ୍ଚାୟତ ଅଧୀନରେ ଥିବାରୁ ଏଠାକୁ ପ୍ରତିଦିନ ମାଆଙ୍କ ଦର୍ଶନ ଲାଗି ଆସୁଥିବା ସହସ୍ରାଧିକ ଯାତ୍ରୀ ଓ ପର୍ଯ୍ୟଟକ ମାନେ ମଧ୍ୟ ଏ ଖରା ରେ ପାଣିଟୋପାଏ ପିଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଜଗତସିଂହପୁର ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନ ର ସୋଲଟ୍ରଷ୍ଟି ଜେ ସୋନାଲ ଏହି ଅଭାବନୀୟ ଘଟଣା ର ଯଥାର୍ଥ ତଦନ୍ତକରି, ଆବଶ୍ୟକୀୟ ଆଶୁକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଏହାର ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ କଡାନିର୍ଦ୍ଦେଶ ଦେବାପାଇଁ ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ ନିବେଦନ କରିଅଛନ୍ତି l ତା ନହେଲେ ଭବିଷ୍ୟତରେ ଅଂଶୁଘାତ ଭଳି ବିପଦଜନ୍ନକ ପରିସ୍ଥିତି ସୃଷ୍ଟି ହୋଇପାରେ l
ତେବେ ମେ ମାସ ସରିବାକୁ ବସିଥିବାବେଳେ ଆଜିପର୍ଯ୍ୟନ୍ତ କନକପୁର ପଞ୍ଚାୟତ ରେ କୌଣସି ସ୍ଥାନରେ ଜଳଛତ୍ର ଶିବିର ମଧ୍ୟ ଖୋଲାଯାଇଥିବାର ଦେଖିବାକୁ ମିଳୁନାହିଁ l ଜିଲ୍ଲାପ୍ରଶାସନ ଏଥିପ୍ରତି ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡିଛି l
