ପୁଲିସ ବର୍ବରତା ବିରୋଧରେ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା ସିଜେପି

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କକ୍ରୋଚ ଜନତା ପାର୍ଟି (ସିଜେପି) ଆନ୍ଦୋଳନ ଅଧିକ ଉଗ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ବର୍ବରତା ବିରୋଧରେ ସିଜେପି ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଛାତ୍ରମାନଙ୍କୁ ନିବେଦନ କରିଛି। କକ୍ରୋଚ ଜନତା ପାର୍ଟିର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରାଯାଇଥିବା ପୋଷ୍ଟରରେ ୨୪ ଜୁଲାଇରେ ଦେଶସାରା ପ୍ରତ୍ୟେକ ଜିଲ୍ଲାରେ ଛାତ୍ରମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିବାକୁ କୁହାଯାଇଛି। ସିଜେପି ଆନ୍ଦୋଳନ ପାଇଁ ୫ଟି ପଏଣ୍ଟ ଦେଇଛି। ପ୍ରଥମେ ପ୍ରଶାସନଠାରୁ ଅନୁମତି ନେବାକୁ କୁହାଯାଇଛି। ସ୍ଥାନୀୟ ପୁଲିସକୁ ଲିଖିତ ଭାବେ ଆବେଦନ କରିବାକୁ କୁହାଯାଇଛି। ପୁଲିସ ଓ ପ୍ରଶାସନର ଅନୁମତି ପତ୍ର ନିଜ ପାଖରେ ରଖିବାକୁ କୁହାଯାଇଛି। ଆନ୍ଦୋଳନ ପୂର୍ବରୁ ଆଇନଗତ ପରାମର୍ଶ ନେବାକୁ କୁହାଯାଇଛି। ସାମାଜିକ ଗଣମାଧ୍ୟମରେ ଅଧିକରୁ ଅଧିକ ଛାତ୍ରଙ୍କୁ ଆନ୍ଦୋଳନରେ ଯୋଗ ଦେବାକୁ ନିବେଦନ କରିବାକୁ କୁହାଯାଇଛି। ପୋଷ୍ଟର ଓ ବ୍ୟାନର ପ୍ରିଣ୍ଟ କରିବା ପରେ ଶାନ୍ତିପୂର୍ଣ୍ଣ ଭାବେ ମାର୍ଚ୍ଚ କରିବାକୁ ସିଜେପି ପକ୍ଷରୁ କୁହାଯାଇଛି।
କକ୍ରୋଚ ଜନତା ପାର୍ଟି ଆନ୍ଦୋଳନ ଯୋଗୁ ଗୁରୁବାର ମଧ୍ୟ ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିଛି। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମ୍‌ଆର୍‌ସି) ପକ୍ଷରୁ ଗୁରୁବାର କୁହାଯାଇଛି ଯେ, ସକାଳ ୭ଟା ୩୦ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିଛି। ଏସବୁ ମଧ୍ୟରେ ରାଜୀବ ଚୌକ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ ଓ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ବନ୍ଦ ରହିଛି। ବୁଧବାର ମଧ୍ୟ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିଥିଲା। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ଏକ ଭଙ୍ଗା କାର୍‌କୁ ପ୍ରତିବାଦ ସ୍ଥଳରେ ରଖିବାକୁ ନେଇ ସିଜେପି ପୁଲିସର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *