ଝଙ୍କଡ଼ : କନକପୁର ପଞ୍ଚାୟତର ଶେଷସୀମା ଛତ୍ରମଠ ଠାରୁ ଅଲଣା ଭାରିଷୋଳ ରାସ୍ତା ଟି କୋଷ୍ଟିମଲ୍ଲୀକାପୁର ପଞ୍ଚାୟତ ର ବାଖରପୁର, ବିଭୁତିଭୂଷଣ ଦାସ ଙ୍କ ଘରସମ୍ମୁଖରୁ ଭାରିଷୋଳ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ଵରେ ବଡ଼ବଡ଼ ଖାଲଖମା ହୋଇପଡ଼ିଥିବା ବେଳେ, ଘରଘର ପାଣି ଯୋଜନାରେ ଏହି ରାସ୍ତାକଡ଼ରେ ପାଇପବିଛାଇ କାମ ଚାଲିଥିବାରୁ, ଜେସିପି ମେସିନ ରେ ଖୋଳାଖୋଳି ଚାଲିଥିବାରୁ, ପିଚୁରାସ୍ତା ଉପରେ ଗଦାଗଦା କାଦୁଆମାଟି ଜମା ହୋଇଥିବାରୁ ଛୋଟଛୋଟ ଦୁଇଚକିଆ ଯାନବାହାନ ଗୁଡିକ ଯାତାୟତ ସମୟରେ ନାହିଁ ନଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେବାସହିତ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଅଛି l ରାସ୍ତାର ମରାମତି ପାଇଁ ବିଭାଗୀୟ ଯନ୍ତ୍ରୀମାନେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହିତ, ଆର ଡବ୍ଲୁ ଏସ ଏସ ବିଭାଗତରଫରୁ ମଧ୍ୟ୍ ସମ୍ପୃକ୍ତ ଠିକାଦାର ସଂସ୍ଥା ର ଏହି ପାଇପବିଛାଇ କାର୍ଯ୍ୟକୁ ତଦାରଖ କରି, ରାସ୍ତାଉପରୁ କାଦୁଆମାଟି କୁ ଉଠାଇବା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି l
