ରାଜନୀତିର ପଶାପାଲିରେ ଗାଁର ସରକାରୀ ଜମି

ରାଜ୍ୟ
Spread the love

ଝଙ୍କଡ଼  : ଗାଁ ର ସରକାରୀ ଜମି ପାଇଁ ଥାନାର ଦ୍ୱାରସ୍ତ ହେଲେ ଗ୍ରାମବାସୀ ଙ୍କ ସମେତ ୱାର୍ଡମେମ୍ବର | ସୂଚନା ଅନୁସାରେ ତିର୍ତ୍ତୋଲ ବ୍ଲକ ସାମନ୍ତରାପୁର ପଞ୍ଚାୟତ ସିରସ୍ତା ଗ୍ରାମର ରବୀନ୍ଦ୍ରନାଥ ଦାସଙ୍କ ଘର କଡ଼କୁ ଲାଗି ଏକ ସରକାରୀ ଜମିରେ ଥିବା ଖାଲ କୁ ଗ୍ରାମବାସୀ ମାନେ ମାଟି ପକାଇ ପୋତି ଦେଇଥିଲେ, ସର୍ବ ସାଧାରଣ ସ୍ଥାନ ହେତୁ କିଛି ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଗ୍ରାମବାସୀ ମାନେ ଚିନ୍ତା କରୁଥିବା ବେଳେ ରବୀନ୍ଦ୍ର ସେହି ସ୍ଥାନରେ ନିଜ ଘରକୁ ଲଗାଇ ଏକ ଢ଼ଳେଇ ଗଡା ନିର୍ମାଣ କରିଥିଲେ ଯାହାକୁ ଗ୍ରାମବାସୀ ମାନେ ବିରୋଧ କରିଥିଲେ | ଘଟଣା କୁ ନେଇ ରବୀନ୍ଦ୍ର ଙ୍କ ପରିବାରକୁ ଏହି କାର୍ଯ୍ୟ ରୁ ବିରତ ନିମନ୍ତେ ଗ୍ରାମବାସୀଙ୍କ ସହିତ ଗାଁ ର ୱାର୍ଡ ମେମ୍ବର ଜ୍ଞାନରଞ୍ଜନ ପ୍ରଧାନ କହିବା ପରେ ସର୍ବ ସମ୍ମତି କ୍ରମେ ଉକ୍ତ ଢ଼ଳେଇ କୁ ରବୀନ୍ଦ୍ର ଜେସିବି ସାହାର୍ଯ୍ୟରେ ଭାଙ୍ଗି ଦେଇଥିଲେ | ଶୁଣିବାକୁ ମିଳୁଛି କିଛି ଖଳ ରାଜନୈତିକ ବ୍ୟକ୍ତି ଙ୍କ ପ୍ରରୋଚନା ରେ ଘଟଣା ଯାଇ ପହଞ୍ଚିଥିଲା ଥାନାରେ, ପ୍ରଥମେ ରବୀନ୍ଦ୍ର ଗ୍ରାମର କିଛି ଯୁବକ ଏବଂ ୱାର୍ଡ ମେମ୍ବର ଜ୍ଞାନ ଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ଗ୍ରାମବାସୀ ମାନଙ୍କ ତରଫରୁ ରବୀନ୍ଦ୍ର ଙ୍କ ନାମରେ ମଧ୍ୟ ଲିଖିତ ଅଭିଯୋଗ ହୋଇଅଛି | କିଛି ଗଣମାଧ୍ୟମ ରେ ପ୍ରକାଶ ପାଇଥିବା ଖବର ଅନୁଯାଇ ରବୀନ୍ଦ୍ର ଙ୍କ ଘର ନିକଟରେ ଗଭୀର ଗାତ ଖୋଳା ହୋଇଥିବା ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ ହୋଇଥବା ବେଳେ ତାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ମର୍ମାହତ | ଦେଖିବାକୁ ବାକି ରହିଲା ଦୁଇ ପକ୍ଷ ମଧ୍ୟରେ ଲାଗି ରହିଥିବା ତିକ୍ତତା କୁ ସମାଧାନ ନିମନ୍ତେ ପ୍ରଶାସନ କଣ ପଦକ୍ଷେପ ନେଉଛି |

Leave a Reply

Your email address will not be published. Required fields are marked *