ଅବକାରୀ ଚଢ଼ଉ, ୬ ମହିଳା ସହ ୯ ଗିରଫ

ରାଜ୍ୟ
Spread the love

ଯାଜପୁର : ଯାଜପୁରଜିଲ୍ଲା ଅବକାରୀ ସ୍କ୍ବାଡ୍ ଓ ବିଭାଗୀୟ ପୁଲିସ ପକ୍ଷରୁ ଆଜି କାଳିଆପାଣି ଓ ସୁକିନ୍ଦା ଥାନାର ବିଭିନ୍ନ ଗାଁରେ ଚଢ଼ଉ କରାଯାଇ ୧୦ଟି କେସ୍‌ ରୁଜୁ କରାଯିବା ସହ ୯ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ କଲରଙ୍ଗି ପୁରିଆଝର ବସ୍ତିର ଲୁଚିନ ସର୍ଦ୍ଦାରଙ୍କ ପତ୍ନୀ ମାନି ସର୍ଦ୍ଦାର(୩୬), କଲରଙ୍ଗିର ମଦନ ମୁଣ୍ଡାଙ୍କ ପତ୍ନୀ ଗୁରୁବାରୀ ମୁଣ୍ଡା(୪୦) ଓ ରମେଶ ମୁଣ୍ଡାଙ୍କ ପତ୍ନୀ ମିନି ମୁଣ୍ଡା(୫୪), ଗିରିଙ୍ଗାମାଳି ଗାଁର ସ୍ବର୍ଗତ ଚନ୍ଦନ ଚାମ୍ପିଆଙ୍କ ପତ୍ନୀ ସୁନେଇ ଚାମ୍ପିଆ(୫୭), ଗରାମିଆଁର ନିରଞ୍ଜନ ବଦରାଙ୍କ ପୁଅ ମଙ୍ଗଳସିଂହ ବଦରା(୨୦), ମଙ୍ଗଳପୁର ଗାଁର ବାବୁଲି ଲୋହାରଙ୍କ ପତ୍ନୀ ପାର ଲୋହାର(୫୫) ଓ ସ୍ବର୍ଗତ ଧ୍ରୁବ ଲୋହାରଙ୍କ ପତ୍ନୀ ସାବିତ୍ରୀ ଲୋହାର(୫୦), ମଙ୍ଗଳପୁର ଗାଁରୁ ଧରା ପଡ଼ିଥିବା ଚୋରା ମଦ ବାହକ ଭୁବନ ଥାନା ବାଲିବୋ ଗାଁର ସୁବଳ ବେହେରା(୫୭) ଓ ଅଭୟପୁର ଗାଁର ହରିହର ନାୟକଙ୍କ ପୁଅ ନିରଞ୍ଜନ ନାୟକ(୩୫)। ସୁବଳ ଠାରୁ ମଦ ବୋଝେଇ ବାଇକ୍‌(ଓଡି-୦୪ଡି-୦୪୭୯) ଜବତ କରାଯାଇଛି।
ସେମାନଙ୍କ ପାଖରୁ ମୋଟ୍‌ ୫୦୨ ଲିଟର ରନ୍ଧା ଦେଶୀ ମହୁଲି ମଦ ଓ ସେମାନଙ୍କ ଘରୁ ୨ ହଜାର ଲିଟରରୁ ଅଧିକ ମହୁଲ ପୋଚ ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ପୃଥକ କେସ୍‌ରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଥିବା‌ ଜଣାପଡ଼ିଛି।
ଅବକାରୀ ଅଧୀକ୍ଷକ ଅଜୟ କୁମାର ବେ‌ହେରାଙ୍କ ନିର୍ଦ୍ଦେଶରେ ବିଭାଗୀୟ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଏଏସ୍‌ଆଇ ଦେବକାନ୍ତ ଆଚାର୍ଯ୍ୟ, କନଷ୍ଟେବଲ୍‌ ଶିଶିର ପ୍ରଧାନ, ସୁଚିତ୍ରା ନାୟକ, ରାକେଶ କୁମାର ମୁର୍ମୁ ଓ ଧବଳେଶ୍ବର ମହାନ୍ତି ସାମିଲ ଥିଲେ।

Leave a Reply

Your email address will not be published. Required fields are marked *