ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ର ସଭାପତି ଅଭିଳାଷ ପଣ୍ଡା ଙ୍କ ଅନୁମୋଦନ କ୍ରମେ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ଦାଶ ଙ୍କ ଦ୍ୱାରା, ଜିଲ୍ଲା ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ପ୍ରକୋଷ୍ଠ ସଂଯୋଜକ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ମାନଙ୍କ ନାମ ତାଲିକା ଘୋଷଣା କରାଯିବାପରେ, ସମସ୍ତପଦାଧିକାରୀ ମାନେ, ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l ଜିଲ୍ଲାଯୁବମୋର୍ଚ୍ଚାର ସଭାପତି ବିଶ୍ୱଜିତ ଦାଶ ଙ୍କ ସମେତ ଦେବାଶିଷ ଦାସ, ବିଭୁତି ଭୂଷଣ ଚୌଧୁରୀ, ବିଶ୍ୱଜିତ ବେହେରା, ସୁରେନ୍ଦ୍ର ବିଶ୍ୱାଳ, ଦୀପକ ପରିଡା, ଜୟଚନ୍ଦ୍ର ଗୋଛାୟତ ଙ୍କୁ ଉପସଭାପତି ଭାବେ ଦାୟିତ୍ୱମିଳିଥିବାବେଳେ, ସାରଦା ପ୍ରସାଦ ବେହେରା ଓ ଆଇନୀଜୀବି ବଳରାମ ଦଳାଇ ଙ୍କୁ ସାଧାରଣସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି l
ସେହିପରି ସାଗର ଦାସ, ଆଡ଼ଭୋକେଟ ଦେବାଶିଷ ଚୌଧୁରୀ, ତପନ କୁମାର ସ୍ୱାଇଁ, ଅନନ୍ତରାଜ ନାୟକ, ବି ଏନ ଦୀପଙ୍କର ସ୍ୱାଇଁ, ପ୍ରିୟବ୍ରତ ଦାଶ ଙ୍କୁ ସମ୍ପାଦକ ଓ ବିଶ୍ୱଜିତ ଦାସ ଙ୍କୁ କୋଷାଧ୍ୟକ୍ଷ ଓ କାର୍ତ୍ତିକ ସ୍ୱାଇଁ ଙ୍କୁ ଅଫିସ ସମ୍ପାଦକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି l ତେବେ ଉପସ୍ଥିତ କେତେକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜିଲ୍ଲାଯୁବମୋର୍ଚ୍ଚା ର ସଭାପତି ବିଶ୍ୱଜିତ ଦାଶ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ରେ କହିଲେ ଯେ ଜିଲ୍ଲାର ବିକାଶ ଓ ସାଧାରଣଲୋକଙ୍କ ସେବାକ୍ଷେତ୍ରରେ ଆମେସମସ୍ତେ ମିଳିତଭାବରେ କାର୍ଯ୍ୟଧାରା ଜାରି ରଖିବାପାଇଁ ଆଜି ମାଆ ସାରଳାଙ୍କ ପୀଠରୁ ସଂକଳ୍ପ ନେବା ସହିତ ମାଆଙ୍କ ଆଶୀର୍ବାଦ କାମନା କରୁଅଛୁ l
