ତିର୍ତ୍ତୋଲରେ ବିଦ୍ୟୁତ୍ କାଟ୍: ବିଜୁଳି ବିଭାଗର ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବ୍ଲକ କଂଗ୍ରେସର ସଭାପତିଙ୍କ ରାତି ଅଧରେ ପ୍ରତିବାଦ

ରାଜ୍ୟ
Spread the love

ଝଙ୍କଡ :  ତିର୍ତ୍ତୋଲ ଅଞ୍ଚଳରେ ବାରମ୍ବାର ଓ ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁଁ ଅତିଷ୍ଠ ହୋଇପଡ଼ିଛନ୍ତି ସାଧାରଣ ଜନତା । ଗ୍ରାମାଞ୍ଚଳରୁ ସହର, ସବୁଠି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।
ଏହି ଜନବିରୋଧୀ ନୀତି ଓ ବିଭାଗୀୟ ବେପରୁଆ ମନୋଭାବ ବିରୁଦ୍ଧରେ ପ୍ରତିବାଦ କରିବାକୁ ବାଧ୍ୟ ହୋଇଥିଲେ ଜନସାଧାରଣ। ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ସଫି ଆଜାମଙ୍କ ନେତୃତ୍ୱରେ ଗତ ୧୫ ତାରିଖ ସନ୍ଧ୍ୟାରୁ ପ୍ରାୟ ୩ ରୁ ୪ ଘଣ୍ଟା ଧରି ବିଦ୍ୟୁତ୍ ସେବା ଠପ୍ ହୋଇଯିବା ଫଳରେ, ରାତି ୧୦ ଟା ସମୟରେ ତିର୍ତ୍ତୋଲ ବିଦ୍ୟୁତ୍ କାର୍ଯ୍ୟାଳୟ ସାମ୍ନାରେ ଜଳଜଳ ଅନ୍ଧାରରେ ବସି ଆକ୍ରୋଶ ପ୍ରଦର୍ଶନ କରାଯାଇଥିଲା।
ପ୍ରତିବାଦର ପ୍ରଭାବରେ ଶେଷରେ ବିଦ୍ୟୁତ୍ ବିଭାଗର ଚେତା ପଶିଥିଲା ଏବଂ ତୁରନ୍ତ ବିଦ୍ୟୁତ୍ ଯୋଗାଇଦେବାର ପ୍ରତିଶ୍ରୁତି ମିଳିଥିଲା। କିଛି ସମୟ ମଧ୍ୟରେ ବିଦ୍ୟୁତ୍ ସଞ୍ଚାର ହେବାରୁ ପ୍ରତିବାଦ ପ୍ରତ୍ୟାହାର କରାଯିବାସହ, ଯଦି ଆଗାମୀ ଦିନରେ ଏଭଳି ସମସ୍ୟାର ସମାଧାନ ନହୁଏ, ତେବେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ବିଭାଗକୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *