ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍‌, ୧୮ରେ ଦୃଶ୍ୟମାନ

ଦେଶବିଦେଶ
Spread the love

ନୂଆଦିଲ୍ଲୀ : ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଲାଗିବ ଦୌଡ଼ ପ୍ରତିଯୋଗିତା। ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ। ଜାନୁଆରୀ ୧୮ରେ ଶୁକ୍ର ଓ ଶନି ଗ୍ରହର ହେବ ମହାମିଳନ। ପୂର୍ବ ଦିଗବଳୟରେ ମଙ୍ଗଳ ଓ କିଛି ଉପରେ ଥିବ ଉଜ୍ୱଳ ବୃହଷ୍ପତି ଗ୍ରହ। ଚଳିତମାସରେ ମହାକାଶରେ ଏଭଳି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ।
ବଡ଼କଥା ହେଲା ମେଘମୁକ୍ତ ଥିବା ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରୁ ଖାଲି ଆଖିରେ ଏହାକୁ ଦେଖିହେବ ଏବଂ ଏହାର କୌଣସି ପ୍ରଭାବ କାହା ଉପରେ ପଢିବାର ନାହିଁ। ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
ରାତି ୮.୩୦ଟା ବେଳକୁ ପ୍ରଥମେ ଶୁକ୍ର ଓ ଶନି ଗ୍ରହ ଅସ୍ତ ହେବ। ସବୁଠାରୁ ଆର୍କଷଣୀୟ ହେବ ଜାନୁଆରୀ ୧୮ତାରିଖରେ ଶୁକ୍ର ଓ ଶନି ଗ୍ରହର ମିଳନ। ପ୍ରାୟ ୨ ଘଣ୍ଟା ଧରି ଶୁକ୍ର ଶନି ଗ୍ରହର ଖୁବ୍ ନିକଟରେ ଦେଖାଯିବ ଓ ପରେ ଶନି ତଳକୁ ତଳକୁ ଯାଇ ଶୁକ୍ର ଗ୍ରହ ଠାରୁ ଦୁରେଇ ଯିବ।
କିଛି ଗ୍ରହ ଆକାଶରେ ଏକ ସମୟରେ ଦେଖାଯାନ୍ତି। ଏହାକୁ ଗ୍ରହ ସମାବେଶ ବା ପ୍ଲାନେଟ୍ ପରେଡ୍ ବୋଲି କୁହାଯାଏ। ଚାରୋଟି ଗ୍ରହ ବର୍ଷକୁ ଥରେ ଅଳ୍ପ ଦିନ ପାଇଁ ଏକା ସମୟରେ ଦେଖାଯାଏ। ପାଞ୍ଚଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି ଗ୍ରହ ପ୍ରାୟ ୧୭୦ ବର୍ଷରେ ଏକା ସମୟରେ ଦେଖାଯାଏ।

Leave a Reply

Your email address will not be published. Required fields are marked *