ଜଗତସିଂହପୁର/ଝଙ୍କଡ଼ : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ, ନବନିର୍ବାଚିତ ବିଜେପି ମଣ୍ଡଳ ସଭାପତି ମାନଙ୍କୁ ଗତ ଗୁରୁବାର ଦିନ ପୂର୍ବାହ୍ନ ରେ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବରିଷ୍ଠ ସଦସ୍ୟ, ଆଇନଜୀବି ରାଜକିଶୋର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ, ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବ ପ୍ରଥମେ, ବହୁ ସଂଖ୍ୟକ ଦଳୀୟ ସମର୍ଥକ ମାନଙ୍କ ଗ୍ରହଣରେ ନବନିଯୁକ୍ତ ସଭାପତି ମାନେ ସାରଳା ପୀଠରେ ପହଞ୍ଚିବା ପରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ, ମନ୍ଦିର ବେଢ଼ା ପରିକ୍ରମା କରିଥଲେ।
ପରେ ପରେ ସେବାୟତ ମଣ୍ଡପରେ ସାରଳା ମଣ୍ଡଳ ସଭାପତି ଶୁଭ୍ରକାନ୍ତ ରଣା , ତିର୍ତ୍ତୋଲ ମଣ୍ଡଳର ତ୍ରିନାଥ ବାରିକ, ରଘୁନାଥପୁର ମଣ୍ଡଳର ସ୍ବରାଜ ସାମଲ , ଜଇପୁର ମଣ୍ଡଳର ବିନୋଦ ନାୟକ , ଦାଇଁଲ ମଣ୍ଡଳର ଜ୍ୟୋତିରଞ୍ଜନ ସାହୁ , ଜଗନ୍ନାଥପୁର ମଣ୍ଡଳର ଗଗନ ବିଶ୍ବାଳ , ପୂରଣ ମଣ୍ଡଳର ଶୁଭ୍ରଜ୍ୟୋତି ସାହୁ , ଓ ହାଜିପୁର ମଣ୍ଡଳର ଦୀପ୍ତି ପ୍ରସାଦ ପରିଜା ଙ୍କୁ ମାଆଙ୍କ ଉତ୍ତରୀୟ, ପୁଷ୍ପମାଲ୍ୟ ଓ ଚନ୍ଦନଟିପl ଦିଆଯାଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଏହି ଉପଲକ୍ଷେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ, ପୁର୍ବତନ ମଣ୍ଡଳ ସଭାପତି ରୂପକ ଖୁଣ୍ଟିଆ , ବିଶ୍ଵଜିତ୍ ଦାସ , ବାଦଲ ମହାନ୍ତି , ଶିଶିର ମହାନ୍ତି , ତରୁଣ କୁମାର ଦାସ , ଟୁଟୁ ମଲ୍ଲିକ ଓ ସୁଦର୍ଶନ ପଣ୍ଡା ଙ୍କ ସମେତ ବରିଷ୍ଠ ବିଜେପି ନେତା ଅଶୋକ କୁମାର ମହାନ୍ତି , ସରୋଜ ସ୍ବାଇଁ , ଲୁଭେନ୍ଦ୍ର ମିଶ୍ର , ମନୋଜ କୁମାର ସାହୁ , ବଳରାମ ଦଳେଇ , ସଚ୍ଚିକାନ୍ତ ବାରିକ , ପ୍ରଭାତ କୁମାର ପଣ୍ଡା ଓ ଲିଟୁ ସାହୁ ଓ ପ୍ରକାଶ ଦଳେଇ ପ୍ରମୁଖ ଯୋଗଦେଇ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା।
